ଆଜି ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

0

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା l ଆଜି ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଉକ୍ତ କରୋନା ସଂକ୍ରମିତ ଜଣକ ଗଞ୍ଜମ ଜିଲ୍ଲା ର ହୋଇଥିବା ବେଳେ ସଂକ୍ରମିତ ଜଣକ ସୁରଟ ଫେରନ୍ତା ବୋଲି ଜଣାପଡିଛି l କରୋନା ଆକ୍ରାନ୍ତଙ୍କ ବୟସ 18 ବର୍ଷ l ଉକ୍ତ କରୋନା ଆକ୍ରାନ୍ତ ଙ୍କୁ ମିଶାଇ ଗଞ୍ଜମ ଜିଲ୍ଲାରେ କରୋନା ଆକ୍ରାନ୍ତ ଜନିତ ସଂଖ୍ୟା 3 କୁ ବୃଦ୍ଧି ପାଇଛି l ଏହି କରୋନା ଭାଇରସ ଆକ୍ରାନ୍ତ ଯୁବକ ଜଣକ ସରକାରୀ ସଙ୍ଗରୋଧ ରେ ଥିଲେ l ସେ ଆଉ କେଉଁ ମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ଅନୁସନ୍ଧାନ ଚାଲିଛି l ଏପଟେ ଉକ୍ତ କରୋନା ସଂକ୍ରମିତ ଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 170 ରେ ପହଁଞ୍ଚିଥିବା ବେଳେ 60 ଜଣ ସୁସ୍ଥ ହୋଇଛନ୍ତି l 109 ଜଣ ସକ୍ରୀୟ ସଂକ୍ରମିତ ଅଛନ୍ତି l ଏବଂ ଜଣଙ୍କର ମୃତ୍ୟୁ ଘଟିଛି l

Leave A Reply

Your email address will not be published.