ଆଜି ଓଡ଼ିଶା ଟିଚର୍ ଏଲିଜିବିଲିଟି ଟେଷ୍ଟ୍

0

ଓଡ଼ିଆ ନ୍ୟୁଜ୍: ଆଜି ଓଡ଼ିଶା ଟିଚର୍ ଏଲିଜିବିଲିଟି ଟେଷ୍ଟ୍।ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା।ମୋଟ୍ ୪୫୨ଟି ସେଣ୍ଟର, ଦେଢ଼ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ।ଦୁଇଟି ସିଟିଂରେ ଅନୁଷ୍ଠିତ ହେବ OTET।ସକାଳ ୯ରୁ ସାଢେ ୧୧ଟା ପ୍ରଥମ ସିଟିଂ ପରୀକ୍ଷା।ଅପରାହ୍ନ ସାଢେ ୧ଟାରୁ ୪ଟା ଦ୍ୱିତୀୟ ସିଟିଂ ପରୀକ୍ଷା।

ରାଜ୍ୟବ୍ୟାପୀ ଆଜି ଓଡ଼ିଶା ଟିଚର ଇଲିଜିବିଟି ଟେଷ୍ଟ-୨୦୨୫ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ସାମିଲ ହୋଇଥିବା ସୂଚନା ମିଳିଛି। ପରୀକ୍ଷାରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ଆଜି ପ୍ରଥମ ସିଟିଂ ୯ଟାରୁ ସାଢ଼େ ୧୧ଟା ଯାଏ ଚାଲିବ। ଏଣେ ଦ୍ବିତୀୟ ସିଟିଂର ସମୟ ରହିଛି ଅପରାହ୍ଣ ୨ଟାରୁ ସାଢ଼େ ୪ଟା ବୋଲି ଜଣାଯାଇଛି।ରାଜ୍ୟର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୨୨,୯୭୯ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟ ଏହି ପରୀକ୍ଷାରେ ସାମିଲ ହୋଇଛନ୍ତି। ଓଟିଇଟି ପେପର-୧ରେ ୪୭, ୭୨୦ ଜଣ ଓ ପେପର-୨ରେ ୧,୧୨,୬୫୯ ପରୀକ୍ଷାର୍ଥୀ ଅଛନ୍ତି। ମୋଟ ୪୫୨ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଥିବା ମାଧ୍ୟମିକ ଶିକ୍ଷା ପରିଷଦ ‌(ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.