ଓଡ଼ିଆ ନ୍ୟୁଜ୍: ଜିଲ୍ଲା ମହିଳା ଏକତା ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ରେ ବନ୍ଦ ପାଳନ।ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା।ବନ୍ଦ ପାଳନ ବେଳେ ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ। ଏନ୍ଏଚ୍-୪୯ ରଜାମୁଣ୍ଡା ଛକରେ ବନ୍ଦ ପାଳନ ବେଳେ ଉଠାଇ ନେଲା ପୋଲିସ।ବନ୍ଦ ରହିଛି ଦୋକାନ ବଜାର, ଯାତାୟାତ ସ୍ୱାଭାବିକ।
ସକାଳ ୬ରୁ ସନ୍ଧ୍ୟା ୬ ଯାଏ ବନ୍ଦ ଡାକରା ଦିଆଯାଇଛି । ୪୯ ନଂ ଜାତୀୟ ରାଜପଥ ରଜାମୁଣ୍ଡା ଛକରେ ରାସ୍ତା ଅବରୋଧ ବେଳେ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଛି। ଦୋକାନ ବଜାର, ସରକାରୀ ଓ ବେସରକାରୀ ଅଫିସ ଏବଂ ରାସ୍ତା ଘାଟ ବନ୍ଦ ରହିବ ବୋଲି ଡାକରା ଦିଆଯାଇଥିଲା। ବନ୍ଦ ପ୍ରବାହରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେବା ପରେ ରାସ୍ତାରେ ଯାତାୟତ ସ୍ବଭାବିକ ରହିଛି। ବାରମ୍ବାର ଦାବି ପରେ ସରକାର ନଶୁଣିବାରୁ ବନ୍ଦ ଡାକରା ଦିଆଯାଇ ଥିଲା।