ସୁଦାନରୁ ଫେରିଲେ ଓଡ଼ିଆ ପୁଅ ଆଦର୍ଶ

0

ଓଡ଼ିଆ ନ୍ୟୁଜ୍:ସୁଦାନ ରୁ ଫେରିଲା ଓଡ଼ିଆ ପୁଅ। ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ପୁଅ ଆଜି ଘରକୁ ଫେରିଛନ୍ତି।ଜଗତସିଂହପୁର ଜିଲ୍ଲା କୋଟକଣା ଗାଁର ଆଦର୍ଶ ବେହେରା ଫେରିଲେ।ବିମାନବନ୍ଦରରେ ପହଞ୍ଚି ଭାବବିହ୍ୱଳ ହେଲେ ଆଦର୍ଶ।ବିଦ୍ରୋହୀ ଆତଙ୍କୀ ସଂଗଠନ RSF ଅପହରଣ କରିନେଇଥିଲା।ଫେରିବା ପରେ ନିଜ ଯନ୍ତ୍ରଣା ବଖାଣିଲେ ଆଦର୍ଶ ବେହେରା।ଅପହରଣ ବେଳେ ବହୁତ ମାଡ଼ ମାରିଥିଲେ: ଆଦର୍ଶ।’୨,୩ ଦିନ ଜଙ୍ଗଲ ପରେ ଜେଲ୍‌ରେ ରଖିଥିଲେ’।ନିଜ ପୁଅକୁ ଦେଖି ଭାବବିହ୍ୱଳ ହୋଇପଡ଼ିଲେ ଆଦର୍ଶ।

ଫେରିବା ପରେ ନିଜ ଯନ୍ତ୍ରଣା ବଖାଣିଲେ ଆଦର୍ଶ ବେହେରା।ସୁରକ୍ଷିତ ସ୍ଥାନାକୁ ଯିବା ବେଳେ RSF ଅପହରଣ କରିନେଇଥିଲା। ଅପହରଣ ବେଳେ ବହୁତ ମାଡ଼ ମାରିଥିଲେ: ଆଦର୍ଶ।ଭାରତୀୟ ବୋଲି ଜାଣି ନଥିଲେ, ୧୫ରୁ ୨୦ ଜଣ ଅପହରଣ କରିନେଇଥିଲେ।’୨,୩ ଦିନ ଜଙ୍ଗଲ ଓ ପରେ ଜେଲ୍‌ରେ ରଖିଥିଲେ’।’ମୁଁ ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’। ଆବୁଧାବିରେ ପହଞ୍ଚିବା ଯାଏଁ ହାତ ବାନ୍ଧି ଓ ଆଖିରେ ପଟି ପକାଇ ରଖିଥିଲେ।୩ ଜଣଙ୍କୁ ଅପହରଣ କରି ନେଇଥିଲେ, ପରେ ମାଲିକଙ୍କୁ ଛାଡ଼ିଦେଇଥିଲେ।’ଶାହରୁଖ ଖାନଙ୍କୁ ଜାଣିଛ ବୋଲି ପଚାରୁଥିଲେ’।

Leave A Reply

Your email address will not be published.