ରାୟପୁର(ଓଡ଼ିଆ ନ୍ୟୁଜ୍): ଅପରେସନ୍ ନାଁ ଶୁଣିଲେ ଅନେକ ଭୟବିତ ହୋଇଯାଆନ୍ତି । ହେଲେ କେବେ ଶୁଣିିଛନ୍ତି କି ଅପରେସନ୍ ବେଳେ ରୋଗୀ ଗଜଲ୍ ଗାଇବାର । ହଁ ଆଜ୍ଞା କଥାଟି ସତ । ଛତିଶଗଡ଼ର ରାୟପୁର ସ୍ଥିତ ସୁୟଶ ହସ୍ପିଟାଲରରେ ଜଣେ ବ୍ରେନ୍ ଟ୍ୟୁମର ପୀଡ଼ିତ ରୋଗୀଙ୍କୁ ସର୍ଜରୀ ପାଇଁ ଓଟିରେ ଭର୍ତ୍ତି କରାଯାଇଥିଲା। ଯେତେବେଳେ ଡାକ୍ତର ମାନେ ଅପରେସନ ଥିଏଟର ଭିତରେ ସର୍ଜରୀ କରିବା ଆରମ୍ଭ କଲେ ତ ରୋଗୀ ଜଣକ ଗୁଲାମ୍ ଅଲ୍ଲୀ ଓ ନୁସରତ ଫତେହ ଅଲ୍ଲୀ ଖାନଙ୍କ ପ୍ରସିଦ୍ଧ ଗଜଲ୍ ଗାଇବାରେ ଲାଗିଲେ । ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା ହେଲା, ଭିଡିଓରେ ରୋଗୀଙ୍କ ବ୍ରେନ୍ ସର୍ଜରୀ ହେଉଥିବା ବେଳେ ସେ ଆରାମରେ ଗୀତ ଗାଉଥିବାର ଦେଖିବାକୁ ମିଳୁଛି। ସାଧାରଣତ ଯେତେବେଳେ ବି ଡାକ୍ତର କାହାର ବ୍ରେନ୍ ସର୍ଜରୀ କରି ଥାଆନ୍ତି, ତା’ ପୂର୍ବରୁ ରୋଗୀକୁ ଆନାସ୍ଥେସିଆ ଇଞ୍ଜେକ୍ସନ ଦିଆଯାଇଥାଆନ୍ତି। କିନ୍ତୁ ଏଠି ବ୍ରେନ ଟ୍ୟୁମର ଭଳି ସାଂଗାତିକ ଅପରେସନ୍ ବେଳେ ରୋଗୀ ଗଜଲ ଗାଇବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ଦେଇଛି। ଟିକେ ଭଲକରି ଶୁଣନ୍ତୁ ଏ ଭିଡିଓର ଗୀତଟି ।
लाइव ऑपरेशन के दौरान मरीज ने गाई गजल, वीडियो हो रहा वायरल
वीडियो रायपुर का है जहां लाइव ऑपरेशन के दौरान मरीज गजल गुनगुना रहा है। दरअसल आधुनिक तकनीक से किया गया ऑपरेशन अब चर्चा में आ गया है जहां मरीज को बिलकुल भी दर्द का अहसास नहीं हुआ. #Chhattisgarh #Viral pic.twitter.com/7yWM72BT9C
— Zee News (@ZeeNews) June 9, 2022
ରୋଗୀ ଜଣକ ନିର୍ଭୟରେ କେତେ ସୁନ୍ଦର ଗଜଲ ଗାଉଛନ୍ତି । ପରେ ହସ୍ପିଟାଲ ତରଫରୁ ଏହି ଭିଡିଓକୁ ଜାରି କରାଯାଇଥିଲା। ଏହି ଭିଡିଓ ବର୍ତ୍ତମାନ ସୋସିଆ ମିଡିଆରେ ଘୂରି ବୁଲୁଛି। ଅନେକ ଲୋକ ଏହାକୁ ଲାଇକ୍, ସେୟାର କରିବା ସହିତ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ତେବେ କହିରଖୁଛୁ ଯାହାର ମନ ଯେତେ ଦୃଢ ସେ ସବୁ ପ୍ରତିକୂଳ ପରିସ୍ଥିତିକୁ ବି ସେତେ ସହଜରେ ସାମ୍ନା କରିପାରେ ।