ପୁରୀ(ଓଡ଼ିଆ ନ୍ୟୁଜ୍): ଓଡ଼ିଆଙ୍କ ଅତି ଆପଣାର ଓ ପାରମ୍ପରିକ ପିଠା ପୋଡ଼ ପିଠା । ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ପାଇଁ ପ୍ରସ୍ତୁତ ହୁଏ ଏହି ପୋଡ଼ ପିଠା। ଓଡ଼ିଶାରେ ଏହି ପିଠାର ସ୍ଵତନ୍ତ୍ର କିମ୍ବଦନ୍ତୀ ମଧ୍ୟ ରହିଛି। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ମାନବୀୟ ଲୀଳାରେ ଅନେକ ସମ୍ପର୍କୀୟଙ୍କ ସହ ଆତ୍ମୀୟତା ଯୋଡ଼ି ରହିଛି । ଯଥା ଅଜା, ମାମୁଁ, ମାଉସୀ ଘର ଇତ୍ୟାଦି। ସେଥି ମଧ୍ୟରୁ ବଡ଼ ଦାଣ୍ଡର ବଳ ଗଣ୍ଡିରେ ରହିଛି ମହାପ୍ରଭୁଙ୍କର ମାଉସୀ ମା ଘର। ବାହୁଡା ଦିନ ଯେତେବେଳେ ମହାପ୍ରଭୁ ବଡ଼ ଭାଇ ଓ ଭଉଣୀଙ୍କ ସହ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି ମାଉସୀ ମା ମନ୍ଦିର ନିକଟରେ କିଛି ସମୟ ରଥ ଅଟକି ଥାଏ। ମାଉସୀ ମାଙ୍କ ପକ୍ଷରୁ ପ୍ରସ୍ତୁତ ସ୍ବତନ୍ତ୍ର ପୋଡ଼ ପିଠା ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଥାଏ। ରଥ ଉପରେ ଏହି ପୋଡ଼ପିଠା ଭୋଗର ପରମ୍ପରା ବହୁ ବର୍ଷ ଧରି ପ୍ରଚଳିତ ହୋଇ ଆସୁଛି। ଶ୍ରୀଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଏହି ପିଠା ଠାକୁରଙ୍କୁ ଅର୍ପଣ କରାଯାଇଥାଏ।
ସହ ପୋଡ଼ ପିଠା ପ୍ରସ୍ତୁତ କରି ମହାପ୍ରଭୁଙ୍କ ନିକଟରେ ଭୋଗ ଲଗାଇବାକୁ ଅପେକ୍ଷା କରି ରହିଥାନ୍ତି। ଛେନା, ଘିଅ, ଚିନି, ଅଳେଇଚ, ଲବଙ୍ଗ, ଖିସମିସ୍ ଓ ପିସ୍ତାବାଦାମରେ ପ୍ରସ୍ତୁତ ହୋଇଥାଏ ଏହି ପିଠା। ହେରାପଞ୍ଚମୀ ତିଥିରୁ ଚୂଲି ଅନୁକୂଳ କରାଯାଇଥାଏତେବେ ଏହି ପୋଡ଼ ପିଠା ପ୍ରସ୍ତୁତି କାର୍ୟ୍ୟ ହେରାପଞ୍ଚମୀ ତିଥିରୁ ଆରମ୍ଭ ହୋଇଥାଏ। ମାଉସୀ ମା’ଙ୍କ ସେବକମାନେ ପରମ ନିଷ୍ଠାର । ପ୍ରଥମେ ଏସବୁ ଦ୍ରବ୍ୟ ମିଶାଯାଇ ଖଳି ପ୍ରସ୍ତୁତ ହୁଏ । ଏହାପରେ ଏକ ବଡ଼ ପାତ୍ରରେ ପାଣି ନିଆଯାଇ ଚୁଲିରେ ବସାଯାଏ । ପାଣି ଫୁଟିବା ପରେ ଏହି ପାତ୍ର ଭପରେ ଜାଲି ଦିଆଯାଇ ତା\’ ଉପରେ ଖଲିପତ୍ର ରଖାଯାଏ । ଖଲିପତ୍ର ଉପରେ ତାଟି ଦିଆଯାଇ ଆଉ ଏକ ଖଲିପତ୍ର ରଖାଯାଏ । ବାମ୍ପରେ ପ୍ରସ୍ତୁତ ହୁଏ ପିଠା । ପରେ ବାହାରକୁ କାଢ଼ି ଦିଆଯାଏ । ଥଣ୍ଡା ହେବାପରେ ଏହାକୁ ଖଣ୍ଡ ଖଣ୍ଡ କରି କାଟି ଗୁଆଘିଅରେ ଛଣାଯାଏ ।ବାହୁଡ଼ା ଯାତ୍ରା ଦିନ ତିନି ରଥ ମାଉସୀ ମା’ ସମ୍ମୁଖରେ ଅଟକେ। ତିନି ରଥରେ ପୂଜକମାନେ ତିନୋଟି ପୋଡ଼ପିଠା ମାଟିହାଣ୍ଡିରେ ରଖି ଭୋଗ କରିଥାନ୍ତି। ରଥରେ ପୋଡ଼ପିଠା ଭୋଗ ଲାଗିବା ପରେ ପରେ ରଥ ଗଡ଼ିଥାଏ । ଇଏ ଥିଲା ଆମ ଠାକୁରଙ୍କ ଅତି ପସନ୍ଦ ପୋଡ଼ ପିଠା ନୀତି ।