ଓଡିଆ ନ୍ୟୁଜ (ବ୍ୟୁରୋ) : ସମୁଦ୍ର ମଝିରେ ଡଙ୍ଗା ଓଲଟି ପଡିବାରୁ ୩୦ ଜରଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛ ଫିଲିପାଇନ୍ସରେ । ସମୁଦ୍ର ମଝିରେ ଜୋର ହେଉଥିବା ପବନର ବେଗକୁ ସମ୍ଭାଳି ନ ପାରି ଓଲଟି ପଡ଼ିଲା ବୋଟ । ଫଳରେ ଅତଳ ଜଳରାଶିରେ ବୁଡ଼ି ୩୦ ଜଣଙ୍କ ଜୀବନ ଯାଇଥିବା ବେଳେ ୪୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଫିଲିପାଇନ୍ସ ରାଜଧାନୀ ନିକଟ ସମୁଦ୍ରରେ ଏହି ଅଘଟଣ ଗତକାଲି ଘଟିଛି।
ଫିଲିପାଇନ୍ସ କୋଷ୍ଟ ଗାର୍ଡଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅଘଟଣ ଗତକାଲି ଅପରାହ୍ନ ପ୍ରାୟ ୧ଟା ବେଳେ ଘଟିଥିଲା। ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ବୋଟ୍ଟି ସମୁଦ୍ରରେ ଯାଉଥିବା ବେଳେ ମଝି ସମୁଦ୍ରରେ ଏହି ଅଘଟଣ ଘଟିଛି। ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୪୦ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଏଥିସହ ୩୦ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବହୁ ଜଣଙ୍କ ପତ୍ତା ମିଳି ନ ଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏଭଳି ଘଟଣା ପାଇଁ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି ।