ଓଡ଼ିଆ ନ୍ୟୁଜ୍: ଟ୍ରମ୍ପଙ୍କ ମୁଖା ଖୋଲିଲା ପାକିସ୍ତାନ।ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ।ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ୍ଙ୍କ ମଧ୍ୟସ୍ଥତା ଦାବିର ଅସଲ କଥା କହିଲେ।ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ମାନି ନଥିଲା- ଇଶାକ ଡାର୍।ଯୁଦ୍ଧବିରତି ନେଇ ପ୍ରସ୍ତାବ ଦେଇଥିଲା ଆମେରିକା, କିନ୍ତୁ ଭାରତ ମାନି ନଥିଲା। ଭାରତ କୌଣସି ବି ତୃତୀୟ ପକ୍ଷର ମଧ୍ୟସ୍ଥତା ପାଇଁ ସହମତ ନଥିଲା।ମେ ୧୦ରେ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହ ମୁଁ କଥା ହୋଇଥିଲି।
ଶୀଘ୍ର ଭାରତ-ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ହେବ ବୋଲି ରୁବିଓ କହିଥିଲେ।କିନ୍ତୁ ଭାରତ ମନା କରିଦେଇଥିବା ପରେ କୁହାଗଲା- ଇଶାକ ଡାର୍।ମଧ୍ୟସ୍ଥତା ନେଇ ପାକିସ୍ତାନର କୌଣସି ସମସ୍ୟା ନାହିଁ।କିନ୍ତୁ ଏହା ଦ୍ବିପାକ୍ଷିକ ମାମଲା ବୋଲି ଭାରତ ସବୁବେଳେ କହିଆସୁଛି।ତେଣୁ ଆମେରିକାର ଯୁଦ୍ଧବିରତି ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଥିଲା।ଇଶାକଙ୍କ ବୟାନ ପରେ ମଧ୍ୟସ୍ଥତା କରିଥିବା କହୁଥିବା ଟ୍ରମ୍ପଙ୍କ ମୁଖା ଖୋଲିଲା।