ଶ୍ରୀଲଙ୍କା ଭଳି ଦେବାଳିଆ ହେବ ପାକିସ୍ତାନ: ନାହିଁ ଅର୍ଥ ଓ ଇନ୍ଧନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରାୟ ବର୍ଷେ ଧରି ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଉଛି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ସମସ୍ୟାକୁ ଆହୁରି ବଢାଇ ଦେଇଛି। ସମସ୍ତ ଚେଷ୍ଟା ସର୍ତ୍ତେ କୈଣସି ଉପାୟ ନାହିଁ । ବର୍ତ୍ତମାନ ଏହି ସଙ୍କଟର ମୁକାବିଲା ପାଇଁ ପାକିସ୍ତାନ ସରକାର ଏକ ଭିନ୍ନ ଉପାୟରେ ଚେଷ୍ଟା କରୁଛନ୍ତି। ବାସ୍ତବରେ, ଏହି ସମସ୍ୟାକୁ ଦୂର କରିବା ପାଇଁ ପାକିସ୍ତାନ ସରକାର କର୍ମଚାରୀଙ୍କ କାର୍ୟ୍ୟଦିବସ ହ୍ରାସ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।

ପାକିସ୍ତାନର ଏକ ଖବରକାଗଜ ରିପୋର୍ଟ ଅନୁସାରେ ସରକାର କାର୍ୟ୍ୟ ଦିବସ କମ୍ କରିବାର ପ୍ଲାନ୍କୁ ମଞ୍ଜୁରୀ ଦେଇଛନ୍ତି । ସରକାରଙ୍କ ଅନୁସାରେ ଏହି ଯୋଜନା ଦ୍ବାରା ଇନ୍ଧନ ବଞ୍ଚିବା ସହ ବୈଦେଶିକ ମୁଦ୍ରାର ବ୍ୟବହାର ମଧ୍ୟ ହ୍ରାସ ପାଇବ । ଗୋଟିଏ ପଟେ ପାକିସ୍ତାନରେ ତେଲର ବ୍ୟବହାର ବଢୁଥିବା ବେଳେ ଅନ୍ୟ ପଟେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଆନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଉଛି।

ପାକ୍ ସରକାରଙ୍କ ଅନୁସାରେ କାର୍ୟ୍ୟ ଦିବସ କମ୍ କରି ପେଟ୍ରୋଲ-ଡିଜେଲ ବଞ୍ଚାଇବାର ଯୋଜନା ଦ୍ବାରା ବାର୍ଷିକ୨.୭ ଅରବ ଡଲାର ବିଦେଶୀ ମୁଦ୍ରା ସଞ୍ଚୟ ହୋଇପାରିବ । ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ପାକିସ୍ତାନ ଏହି ପ୍ରସ୍ତାବ ପ୍ରସ୍ତୁତ କରିଛି । ଏହା ଫଳରେ ଅଫିସ୍ରେ ଏବେ କେବଳ ୪ଦିନ କାମ କରିବା ଏବଂ ୩ ଦିନ ଛୁଟି ଦେବାକୁ କୁହାଯାଇଛି । ଏହି ପ୍ଲାନିଂ ଫଳରେ ପିଓଏଲ ସଞ୍ଚୟ ମାସକୁ ହାରାହାରି ୧୨.୨ କୋଟି ହେବ ବୋଲି ଆକଳନ କରାଯାଇଛି । ବର୍ଷକରେ ଏହା ୧.୫ ଅରବ ଡଲାର ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ, କାର୍ୟ୍ୟ ଦିବସରେ ୯୦ ପ୍ରତିଶତ ତୈଳ ବ୍ୟବହାର ହେଉଥିବା ବେଳେ ଛୁଟିଦିନରେ ଏହି ମାତ୍ର ୧୦ ପ୍ରତିଶତ ହୋଇଥାଏ ।

 

Leave A Reply

Your email address will not be published.