ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମ୍ୟାଲେରିଆ, ଡେଙ୍ଗୁ ପରେ ଏବେ ସ୍କ୍ରବ୍ ଟାଇଫସ୍ ଓଡ଼ିଶାରେ ଡରାଇବାକୁ ଆରମ୍ଭ କଲାଣି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଛନ୍ତି। ଏମିତିକି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଲାଣି। ଏହି କ୍ରମରେ ଏବେ ସମ୍ବଲପୁରରରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍। ଟ୍ରମ୍ବୀ କୁଲାଇଟ କୀଟ କାମୁଡିବା ଦ୍ୱାରା ସ୍କ୍ରପ ଟାଇଫସ ହୋଇ ଜ୍ୱର ହୋଇଥାଏ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଥିବା ବେଳେ ଏହି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଏଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଜ୍ୱର, କାଶ ସହ ହାତ ଗୋଡ଼ ଘୋଳା ବିନ୍ଧା ହୋଇଥାଏ । ବର୍ତ୍ତମାନ ପୁଣି ଆଉ ୩ ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି।ମ୍ୟାଲେରିଆ, ଡେଙ୍ଗୁ ପରେ ଏବେ ସ୍କ୍ରବ୍ ଟାଇଫସ୍ ଆତଙ୍କ ସୃଷ୍ଟି କରିଛି। ସମ୍ବଲପୁର ବୁର୍ଲାରେ ଆଉ ୩ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛି। ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ାରୁ ଜଣେ ଲେଖାଏ ଚିହ୍ନଟ କରାଯାଇଛି। ଗତ ୩ ଦିନ ମଧ୍ୟରେ ବୁର୍ଲା ଭିମସାରରେ ୨୨ ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାରି ଭିତରେ ସମ୍ବଲପୁର ବୁର୍ଲାରେ ଆଜି ଆଉ ୩ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛି। ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ାରୁ ଜଣେ ଲେଖାଏ ଚିହ୍ନଟ କରାଯାଇଛି। ସେପଟେ ସ୍କ୍ରବ ଟାଇଫସ୍ ଠାରୁ ଦୂରେଇ ରହିବାକୁ ଓ ଚିଗର ସଂସ୍ପର୍ଶରେ ନଆସିବା, ଲମ୍ବା ହାତ ସାର୍ଟ ଓ ପ୍ୟାଣ୍ଟ ପିନ୍ଧିବା, କୀଟ ନାଶକ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।
ହେଲେ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗୁନି। ବିଶେଷକରି ସ୍କ୍ରବ୍ ଟାଇଫସ୍କୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁଭଳି ଭାବେ ସଚେତନତା ଓ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ କରାଯିବା କଥା ତାହା ଏଯାଏ କରାଯାଉନାହିଁ। ଓଲଟା ଆକ୍ରାନ୍ତଙ୍କୁ ଯଥାସମ୍ଭବ ଲୁଚାଇ ରଖିବା ଲାଗି ଏକପ୍ରକାର ଉଦ୍ୟମ ଚାଲିଛି। ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ୍ ଟାଇଫ୍ସ ସଂକ୍ରମଣ ଦେଖିବାକୁ ମିଳିଥାଏ। ସ୍ଥଳ ବିଶେଷରେ ଡିସେମ୍ବର ପର୍ଯ୍ୟନ୍ତ ମାଡ଼ିଥାଏ। ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ବାରା ଲୋକଙ୍କ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥାଏ। ସର୍ବସାଧାରଣ ପୋଖରୀ, ବିଲ ଓ ଜଙ୍ଗଲକୁ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହୋଇଥାନ୍ତି। ପୂର୍ବରୁ ଓଡ଼ିଶାରେ ସ୍କ୍ରବ୍ ଟାଇଫସ ଦେଖିବାକୁ ମିଳୁ ନ ଥିବା ବେଳେ ବିଗତ କିଛିବର୍ଷ ହେବ ଏଥିରେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଛନ୍ତି। କେବଳ ଯେ ଗ୍ରାମାଞ୍ଚଳରେ ଏହି ସଂକ୍ରମଣ ହେଉଛି ତା ନୁହେଁ, ବରଂ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହି ସଂକ୍ରମଣ ହୋଇଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି।