ଭୁଶୁଡିପଡିଲା ସ୍କୁଲ ଛାତ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁଶୁଡିପଡିଲା ସ୍କୁଲ ଛାତ । ଅଳ୍ପକେ ବର୍ତ୍ତିଗଲେ ୫୦ ଛାତ୍ରଛାତ୍ରୀ । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏଭଳି ଅଘଟଣ ଘଟିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ସିନ୍ଦ୍ରିଗାଁ ଗ୍ରାମପଞ୍ଚାୟତର କିଲୁପଡ଼ାରେ ସ୍କୁଲ ଶ୍ରେଣୀ ଗୃହ ଭୁଶୁଡିପଡିଛି । ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ । ବୁଧବାର ୧୦ଟା ବେଳେ ସ୍କୁଲକୁ ଯାଇ ଫାଟକ ନିକଟରେ ସ୍କୁଲର ଶିକ୍ଷକଙ୍କୁ ଅପେକ୍ଷା କରିଥିଲେ ଛାତ୍ରଛାତ୍ରୀ । ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଆନ୍ଦୋଳନ ଚାଲିଥିବାରୁ ଶିକ୍ଷକମାନେ ବିଇଓ ଅଫିସରେ ଧର୍ମଘଟରେ ବସି ରହିଥିଲେ । ଏହି ସମୟରେ ସ୍କୁଲର ଶ୍ରେଣୀ ଗୃହ ହଠାତ ଭୁଶୁଡ଼ି ପଡ଼ିଥିଲା ।

ସ୍କୁଲର ଶ୍ରେଣୀଗୃହଟି ପରିତ୍ୟକ୍ତ ଅବସ୍ଥାରେ ରହିଥିଲା । ବିପଦ ସଙ୍କୁଳ ଅବସ୍ଥାରେ ସ୍କୁଲରେ ପାଠପଢା ଚାଲୁ ରହିଥିଲା । ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ ସମେତ ଗ୍ରାମବାସୀ ସରପଞ୍ଚ ବିଇଓ, ବିଡିଓ ଏବଂ ବାଲିଗୁଡା ବିଧାୟକଙ୍କୁ ଅବଗତ କରିଥିଲେ ମଧ୍ୟ କେହି ଶୁଣିନଥିଲେ ।

Leave A Reply

Your email address will not be published.