ଏସିଆନ ଗେମ୍ସ ପାଇଁ ଚୟନ ଓଡ଼ିଆ ଖେଳାଳିଙ୍କୁ ୧୦ଲକ୍ଷର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏସିଆନ ଗେମ୍ସ ପାଇଁ ଚୟନ ଓଡ଼ିଆ ଖେଳାଳିଙ୍କୁ ୧୦ଲକ୍ଷର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଏହି ସହାୟତା ଅନୁଯାୟୀ ୧୩ ଖେଳିଳାଙ୍କୁ ୧୦ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦିଆଯିବ  । ଟ୍ରେନିଂ, ପ୍ରସ୍ତୁତି ଓ ଅଂଶଗ୍ରହଣ ପାଇଁ ସହାୟତା ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି  । ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ଯାଏଁ ଏସିଆନ ଗେମ୍ସ ଅନୁଷ୍ଠିତ ହେବ । ଏଥିପାଇଁ ୧୩ ଜଣ ଖେଳାଳୀଙ୍କୁ ଚୟନ କରାଯାଇଛି  ।

ଏହି ୧୩ଜଣ ଖେଳାଳି ହେଉଛନ୍ତି  କିଶୋର ଜେନା, ଅଂଶିକା ଭାରତୀ, ଋତୁ କାଉଡି, ସୋନାଲୀ ସ୍ୱାଇଁ, ଅନୁପମା ସ୍ୱାଇଁ, ନେହା ଦେବୀ, ପ୍ୟାରୀ, ଦୀପଗ୍ରେସ ଏକ୍କା, ଅମିତ ରୋହିଦାସ, ହୁପି ମାଝୀ, ଡୁମୁଣୀ ମାରାଣ୍ଡି, ତରୁଲତା ନାଏକ ଏବଂ ମାମା ନାଏକ । ପ୍ରତି ଖେଳାଳୀଙ୍କୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ମିଳିବା ନେଇ ଘୋଷଣା ହୋଇଛି  ।

Leave A Reply

Your email address will not be published.