ଏମ୍ସ ହସ୍ପିଟାଲ ଛାତରୁ ଡେଇଁ ଜଣେ ରୋଗୀଙ୍କ ଆତ୍ମହତ୍ୟା

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଏମ୍ସ ହସ୍ପିଟାଲ ଛାତରୁ ଡେଇଁ ଜଣେ ରୋଗୀ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ମହେନ୍ଦ୍ର ସ୍ୱାଇଁ ବୋଲି ଜଣାପଡ଼ିଛି । ସେ ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ରହି ଚିକିତ୍ସିତ ହେଉଥିଲେ । କୌଣସି କାରଣକୁ ନେଇ ହସ୍ପିଟାଲର ପଞ୍ଚମ ମହଲାରୁ ଡେଇଁ ପଡିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ଆଇନଗତ ପ୍ରକ୍ରିୟା ଜାରି ରଖିଥିବା ସୂଚନା ମିଳିଛି । ତେବେ ଆତ୍ମହତ୍ୟାକ କାରଣ ସ୍ପଷ୍ଟ ହୋଇନାହିଁ ।

ମହେନ୍ଦ୍ର ସ୍ୱାଇଁ ପୁରୀ ଚନ୍ଦନପୁର ବାସିନ୍ଦା, ପରିବା ବେପାର କରନ୍ତି , ତାଙ୍କ ସ୍ତ୍ରୀ ମନ୍ଦିର ସମ୍ନାରେ ଦୀପ ବିକି ଗୁଜୁରାଣ ମେଣ୍ଟାନ୍ତି। ଦୀର୍ଘ 20 ଦିନ ହେଲା ଅସୁସ୍ଥ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ। ତାଙ୍କ ଗୋଡ଼ରେ ଘା ହୋଇଥିଲା ପରେ ପେଟରେ ଟ୍ୟୁମର ହୋଇଥିଲା। ଆର୍ଥିକ ଅବସ୍ଥା ବହୁତ ଖରାପ ଥିଲା ତାଙ୍କର।ମୃତ ମହେନ୍ଦ୍ରଙ୍କ ଭାଇ ନରେନ୍ଦ୍ର ସ୍ବାଇଁଙ୍କ  କହିଛନ୍ତି ଆଜି ସକାଳ ୧୧ ଟାରେ ମୋତେ କଲ ଆସିଲା କି ଭାଇ ଝରକାରୁ ଡେଇଁ ମୃତ୍ୟୁ ବରଣ କରିଛନ୍ତି। ତେଣୁ ସେ ଦେଖିବାକୁ ସିଧା ଏମ୍ସ ଚାଲିଆସିଥିଲେ।

Leave A Reply

Your email address will not be published.