ବିଜେପି ଓ ବିଜେଡ଼ି ଦଳର ଦୁଇଦିନ କାର୍ଯ୍ୟକ୍ରମକୁ ନେଇ ବର୍ଷିଲେ ପିସିସି ସଭାପତି, ଏଭଳି ରଖିଲେ ପ୍ରତିକ୍ରିୟା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେଡି ଓ ବିଜେପି 2 ଦିନର ରାଜନୈତିକ କାଯ୍ୟକ୍ରମ ଉପରେ ମତ ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।ସେ କହିଛନ୍ତି ଉଭୟ ଦଳ ତାଙ୍କର କାଯ୍ୟକ୍ରମ କରିଛନ୍ତି ସେଥିରେ ଆମର କିଛି କହିବାର ନାହିଁ।ବିଜେପି କ୍ଷମତକୁ ଆସିବା ନେଇ ପୂର୍ବଥର ମଧ୍ୟ ଘେଷଣା କରିଥିଲା ଏଥର ମଧ୍ୟ କରିଛନ୍ତି କିନ୍ତୁ ଜନତା ଜାଣିଛନ୍ତି ଏଥିରେ କିଛି ସତ୍ୟତା ନାହିଁ।ଉଭୟ ବିଜେପି ଓ ବିଜେଡି ଦଳ 9 ବର୍ଷ ପର୍ଯନ୍ତ ମିଶିକି ଶାସନ କରିଥିଲେ।ଉଭୟ ସରକାର ରାଜ୍ୟର ବିକାଶ ପାଇଁ କଣ କରିଛନ୍ତି ସମସ୍ତେ ଜାଣିଛନ୍ତି।ବିଜେଡି ଯେତେ ଶକ୍ତି ପଦର୍ଶନ କଲେ ବି କିଛି ଫାଇଦା ମିଳିବନି।କାରଣ ଦୀର୍ଘ 22 ବର୍ଷ ଭିତରେ ରାଜ୍ୟର କିଛି ବି ଉନ୍ନତି କରିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଚାଷୀଙ୍କ ଉର୍ନତି, ବେରୋଜଗାରୀ, ଆଇନ ଶୃଙ୍ଘଳା ସବୁଥିରେ ବିଫଳ ହୋଇଛନ୍ତି ବିଜେଡି ସରକାର ।ଏବେବି ଓଡ଼ିଶାର ଯୁବକ ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି।

ରାଜ୍ୟରେ ବିଜେପି ଓ ବିଜେଡିର ବିକଳ୍ପ ହେଉଛି କଂଗ୍ରେସ ଦଳ।ଉଭୟ ସରକାର ସରକାରରେ ଅଛନ୍ତି।1 ଲକ୍ଷ ଲୋକ ଠିଆ କାରି କାଯ୍ୟକ୍ରମ କରୁଛନ୍ତି। ଏହାର ଅର୍ଥ ନୁହେଁ କି ସେମାନେ ନିର୍ବାଚନରେ ବିଜୟୀ ହେବେ।ଓଡିଶା ଜନସାଧାରଣ ସବୁ ଦେଖୁଛନ୍ତି ଓ ଜାଣୁଛନ୍ତି ସେମାନେ ଠିକ ସମୟରେ ଠିକ ନିଷ୍ପତି ନେବେ। କଂଗ୍ରେସ ବ୍ଲକ ସ୍ତରରେ ପଦଯାତ୍ରା ଜାରି ରଖିଛି। ଲୋକମାନଙ୍କ ପାଖକୁ ଯାଉଛି।ବର୍ତମାନ ଏଆଇସିସିର ନିର୍ବାଚନ ପ୍ରକ୍ରିୟା ଚାଲିଛି। ପରେ ପରେ କଂଗ୍ରେସକୁ ଅଧିକ କ୍ରିୟାଶୀଳ କରାଯିବ।2024ରେ ଜନସାଧାରଣଙ୍କ ଆଶ୍ରିବାଦରେ କଂଗ୍ରେସ ସରକାର କରିବ।9 ରୁ ବଢ଼ି 90 ସିଟ ହାସଲ କରିବ କଂଗ୍ରେସ.।31 ଅକ୍ଟୋବରରୁ ଓଡ଼ିଶାରେ ମଧ୍ୟ ଭାରତ ଯୋଡ଼ା ଯାତ୍ରା ଆରମ୍ଭ ହେବ। 100 ଦିନରେ 2200 କିଲୋମିଟର ଅତିକ୍ରମ କରି ଉଭୟ ସରକାରଙ୍କ ବିଫଳତା ଜନତାଙ୍କ ଅବଗତ କରାଇବୁ।

ଅଣଗାନ୍ଧୀ ଏଆଇସିସି ସଭାପତି ହେବ ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି ଯିଏ ବି ଏଆଇସିସି ସଭାପତି ହେବେ ତାଙ୍କ ନିର୍ଦେଶରେ ଆମେ କାମ କରିବୁ।

ପଶ୍ଚିମଓଡିଶା ଧାନମଣ୍ଡି ସମସ୍ୟା ଉପରେ ପିସିସି ସଭାପତି ଶରତ ପଟ୍ଟନାୟକ ମତ ରଖିଛନ୍ତି।ସେ କହିଛନ୍ତି ସରକାର 71 ଲକ୍ଷ ମେଟ୍ରିକ ଟନ ଧନ କିଣିବା ନେଇ ନିଷ୍ପତି ନେଇଛନ୍ତି।କିନ୍ତୁ ଏହା ସମ୍ଭବ ହେଇପାରିବ ନାହିଁ… ଗୋଟିଏ ଗୋଟିଏ କୁଇଟଲରୁ 4 କେଜି 5 କେଜି ଧାନ କାଟିଦିଆଯାଉଛି।ଯେଉଁ ଚାଷୀ ମାନେ ଟୁକନ ପାଇବା କଥା ସେମାନେ ସଠିକ ଭାବରେ ଟୁକନ ପାଇପାରୁନାହାନ୍ତି… ପ୍ରଥମେ ଚାଷୀମାନଙ୍କ ସମସ୍ୟା ଦୂର କରନ୍ତୁ ରାଜ୍ୟ ସରକାର।

ରାଜ୍ୟ ସରକାରଙ୍କ ନୂତନ ନୁଯୁକ୍ତିରେ 50 ଭାଗ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କୁ ନୁଯୁକ୍ତି ପାଇବା ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି ରାଜ୍ୟରେ 1 ଲକ୍ଷ 30 ହଜାରେ ପଦପି ଖାଲି ପଡିଛି। ପ୍ରତିବର୍ଷ 2 ଲକ୍ଷ ଯୁବକଙ୍କୁ ନୁଯୁକ୍ତି କଥା କହିଥିଲେ ରାଜ୍ୟ ସରକାର ତାହା ପାଣିରେ ଗାର ସଦୃଶ୍ୟ ହୋଇଛି।ଶାସନ ଗାଡିରେ ରହିବା ପାଇଁ ଅବସର କର୍ମଚାରୀ ମାନଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟାକୁ କାଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର।ନୁଯୁକ୍ତି କ୍ଷତ୍ରରେ ଯୁବକମାନଙ୍କୁ ପ୍ରାଧାନ୍ୟ ଦେବା ଆବଶ୍ୟକ।

ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ପିସିସି ସଭାପତି।ସେ କହିଛନ୍ତି ଓଡିଶା ହେଉଛି ଜଗନ୍ନାଥଙ୍କ ରାଜ୍ୟ। ଓଡ଼ିଆ ଓ ଓଡ଼ିଆ ଜାତି ଜଗନ୍ନାଥଙ୍କ ପାଇଁ ଗର୍ବ କରେ।ଯିଏ ଜଗନ୍ନାଥଙ୍କୁ ଅପମାନ କରିଛନ୍ତି ।ଭଗବାନଙ୍କୁ ସମ୍ମାନ ଦେଇ ଜାଣିନାହାନ୍ତି ତାଙ୍କଠାରୁ ଅବିଜ୍ଞ ଲୋକେ କିଏ ବା ହୋଇପାରେ ।ଏଭଳି ମନ୍ତବ୍ୟ ଓଡିଆ ଜାତି ପାଇଁ ଦୁର୍ଭାଗ୍ୟ ଜନକ।

Leave A Reply

Your email address will not be published.