ପୀତବାସ ହତ୍ୟା ମାମଲା, ୬ ଅଭିଯୁକ୍ତଙ୍କ ଜାମିନ ଖାରଜ

0

ଓଡ଼ିଆ ନ୍ୟୁଜ୍: ପୀତବାସ ପଣ୍ଡା ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କ ଜାମିନ ଖାରଜ। ମଳୟ ବିଷୋୟୀ, ସୁନୀଲ ହୋତା, ବିପିନ ସ୍ବାଇଁ, ସୀମାଞ୍ଚଳ ନାୟକଙ୍କ ଜାମିନ ଖାରଜ। ସୂଚନାଯୋଗ୍ୟ ଯେ, ଅକ୍ଟୋବର ୬ ତାରିଖରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଥିବା ବେଳେ ୫ ଜଣଙ୍କ ଜାମିନ ପାଇଁ ଆବେଦନ ହୋଇଥିଲା । ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ, ଦୀପକ ପଟ୍ଟନାୟକ, କୁମାର କାନ୍ତ ବେହେରା, କୈଳାସ ପଣ୍ଡା ମାମଲା ପରିଚାଳନା କରିଥିବା ବେଳେ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି କାଳୀଚରଣ ମିଶ୍ର, ଅଭିନାଶ ପାଢ଼ୀ, ପିପି ବିଶ୍ୱଜିତ ବରାଳ ମାମଲା ପରିଚାଳନା କରିଥିଲେ ।

ପୋଲିସ ଦାଖଲ କରିଥିବା ସିଡିରେ ବିକ୍ରମ ପଣ୍ଡାଙ୍କ ନାମରେ ଆଉ ଦୁଇଟି ମାମଲା ଯୋଡ଼ିଥିବା କୁହାଯାଉଥିଲା । ଜେଲ୍ ଭିତରେ ରହି ବିକ୍ରମ, ପୀତବାସ ପଣ୍ଡାଙ୍କ ପରିବାରବର୍ଗଙ୍କୁ ଧମକ ଦେଉଥିବା ନେଇ ସିଡିରେ ଉଲ୍ଲେଖ କରିଥିଲା ପୋଲିସ । ଯାହାକୁ ନେଇ କୋର୍ଟରେ ମୁଦାଲାଙ୍କ ଓକିଲ ଏବଂ ସରକାରୀ ଓକିଲ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଜଣାପଡିଥିଲା । ତେବେ ମଙ୍ଗଳବାର ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

Leave A Reply

Your email address will not be published.