ଓଡ଼ିଆ ନ୍ୟୁଜ୍: ଭଙ୍ଗା ଯିବ ବର୍ତ୍ତମାନର ନଅ ତାଲା, ସେଚ ସଦନ ଓ ରାଜୀବ ଭବନ। ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ଏସବୁ କୋଠାଗୁଡ଼ିକ ବିପଦ ସଂକୁଳ ବୋଲି ଘୋଷଣା ହୋଇସାରିଛି।ତିନୋଟି ପର୍ଯ୍ୟାୟରେ ନିର୍ମାଣ ହେବ ନୂତନ ଲୋକସେବା ଭବନ।ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ଲୋକସେବା ଭବନର ମୁଖ୍ୟ ଅଫିସ୍।ଖାରବେଳ ଭବନ ନିକଟରେ ନିର୍ମାଣ ହେବ ମୁଖ୍ୟ ଅଫିସ୍। ପାୱାର ହାଉସ୍ ଛକକୁ ଲାଗି ADM ଓ OSEPA ଅଫିସ ପାଖରେ ହେବ ନିର୍ମାଣ।
ସେହିପରି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି, ଭଙ୍ଗା ଯିବନି ବର୍ତ୍ତମାନର ବିଧାନସଭା, ସନ୍ତକ ହିସାବରେ ରଖାଯିବ। ମ୍ୟୁଜିୟମ ଭାବେ ବ୍ୟବହାର କରାଯିବ। ଭବିଷ୍ୟତରେ ଯଦି ବିଧାନ ପରିଷଦ ଗଠନ ହୁଏ, ବ୍ୟବହାର କରାଯିବ। ଲୋକସେବା ଭବନ ଓ ବିଧାନସଭା ମଝିରେ ନିର୍ମାଣ ହେବ ନୂଆ ବିଧାନସଭା।