+୨ ପିଲାଙ୍କ ପାଇଁ ବଡ଼ ଖବର: ଅଗଷ୍ଟ ୨ୟ ସପ୍ତାହରେ ବାହାରିବ ରେଜଲ୍ଟ, ଜାଣନ୍ତୁ କିପରି ଦିଆଯିବ ମାର୍କ?

0

କରୋନା କାଳରେ +୨ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ଆସନ୍ତା ଅଗଷ୍ଟ ମାସ ସପ୍ତାହରେ ପ୍ରକାଶ ପାଇବାକୁ ଯାଉଛି +୨ ରେଜଲ୍ଟ । ରେଜଲ୍ଟ ଓ ମୂଲ୍ୟାୟନ ପଦ୍ଧତି ନେଇ ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି । ଦଶମ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ହେବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ତେବେ ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କ ମାର୍କିିଂ ମାଟ୍ରିିକ ଭିତ୍ତିରେ ହେବ । ଯେଉଁମାନେ ମାର୍କରେ ସନ୍ତୁଷ୍ଟ ନହେବେ, ପରେ ସେମାନେ ପରୀକ୍ଷା ଦେଇପାରିବେ । ପରିସ୍ଥିତି ସ୍ୱାଭାବିକ ହେଲା ପରେ ଅଫଲାଇନରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ।

Leave A Reply

Your email address will not be published.