ଓଡ଼ିଶାର ବେଲପଣାକୁ ମୋଦିଙ୍କ ପ୍ରଶଂସା

0

ଓଡ଼ିଆ ନ୍ୟୁଜ୍: ମନ୍‌ କି ବାତ୍‌ ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି। ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଏଥିସହ ଦେଶର ବିଭିନ୍ନ ସ୍ଥାନର ପାନୀୟକୁ ନେଇ ଆଲୋଚନା କଲେ।ଓଡ଼ିଶାର ବେଲପଣା ସହ ସୁସ୍ବାଦୁ ଆମ୍ବକୁ ପ୍ରଶଂସା କଲେ।ପେଟକୁ ଥଣ୍ଡା ରଖୁଥିବା ବେଲପଣା ପିଇବାକୁ ପରାମର୍ଶ ଦେଲେ।

ଓଡ଼ିଶାରେ ବେଲ ପଣା କେବଳ ପାନୀୟ ନୁହେଁ, ଏହା ଭାରତର ବିଭିନ୍ନ ଅଞ୍ଚଳର ପରମ୍ପରାର ଏକ ଅଂଶ । ଏହା “ଏକ ଭାରତ ଶ୍ରେଷ୍ଠ ଭାରତ” ଭାବନାକୁ ମଧ୍ୟ ପ୍ରତିଫଳିତ କରେ । ଏହି ଜିନିଷ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଆମର ନିଜସ୍ୱ ରୋଷେଇ ଘର, ଆମର ଫାର୍ମ ଏବଂ କ୍ଷେତରୁ ଆସେ । କୌଣସି ବଡ଼ ବ୍ରାଣ୍ଡିଂ ନାହିଁ, କିନ୍ତୁ ଏହା ପୀଢ଼ି ପରେ ପୀଢ଼ିର ଅଭିଜ୍ଞତାକୁ ମୂର୍ତ୍ତିମନ୍ତ କରିଥାଏ । ଆପଣ ମଧ୍ୟ ଗ୍ରୀଷ୍ମ ଋତୁରେ ଏହି ଦେଶୀ ପାନୀୟଗୁଡ଼ିକର ମଜା ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଓଡ଼ିଶାର ବେଲପଣା ସହ ସୁସ୍ବାଦୁ ଆମ୍ବକୁ ମଧ୍ୟ ପ୍ରଶଂସା କଲେ ମୋଦୀ । ଏହାସହିତ ଓଡ଼ିଶା, ଏବଂ ଆନ୍ଧ୍ରପ୍ରଦେଶର ସୁବର୍ଣ୍ଣରେଖା ଆମ୍ବ ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିଭଳି ଓଡ଼ିଶାର ଧାବକ ଅନିମେଷ ଖୁଜରୁଙ୍କ ସହିତ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି ମୋଦୀ ।

ଭୁବନେଶ୍ୱରରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ଅବସରରେ ମନମୋହନ ସାମଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକମାତ୍ର ରାଷ୍ଟ୍ର ମୁଖ୍ୟ ଯିଏ ନିରନ୍ତର ଭାବେ ପ୍ରତି ମାସରେ ଦେଶର ସାଧାରଣ ଲୋକ, ସାଧାରଣ ସମସ୍ୟା, ଦେଶର ଐତିହ୍ୟ ପରମ୍ପରା ଇତ୍ୟାଦି ପ୍ରସଙ୍ଗରେ ଲୋକଙ୍କ ସହ ଆଲୋଚନା କରୁଛନ୍ତି ।

Leave A Reply

Your email address will not be published.