ଓଡ଼ିଆ ନ୍ୟୁଜ୍: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ।ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ।କଂଗ୍ରେସ, ଡିଏମ୍କେ, ଟିଏମ୍ସି ଓ ସମାଜବାଦୀ ପାର୍ଟିକୁ ନିଶାନା।ନାରୀର ଆତ୍ମସମ୍ମାନ ଉପରେ ଚୋଟ ଲଗାଇଛନ୍ତି।ନାରୀ ସବୁ ଭୁଲି ପାରିବେ, ମାତ୍ର ଅସମ୍ମାନକୁ ଭୁଲିପାରିବେ ନାହିଁ।ନାରୀ ଶକ୍ତି ବନ୍ଦନ ଅଧିନିୟମ କାଟ ଖାଇଲା ବେଳେ ଖୁସି ମନାଇଲେ।ବିରୋଧୀ ଯେଉଁ ପାପ କରିଛନ୍ତି, ତାହାର ସଜା ଭୋଗିବେ।୪୦ ବର୍ଷ ହେଲା ନାରୀର ହକ୍କୁ ରୋକାଯାଇଛି।ସବୁ ରାଜ୍ୟର ଶକ୍ତିକୁ ବୃଦ୍ଧି ପାଇଁ ପ୍ରୟାସ କରାଯାଇଥିଲା।ରାଜ୍ୟ ଛୋଟ ଓ ବଡ଼ ହେଉ ସମାନୁପାତିକ ଭାବେ ବଢ଼ିଥାନ୍ତା।କଂଗ୍ରେସ ସ୍ବାର୍ଥ ସାଧନ ପାଇଁ ଭୃଣ ହତ୍ୟା କରିଛି।ଏଥିରେ ଟିଏମ୍ସି, ଡିଏମ୍କେ ଅଂଶ ନିଭାଇଛନ୍ତି। କଂଗ୍ରେସ ଓ ଏହାର ସାଥୀ ଦେଶବାସୀଙ୍କୁ ବିଭ୍ରାନ୍ତି କରିଛନ୍ତି।ମୁଁ ଭାବିଥିଲି କଂଗ୍ରେସ କରିଥିବା ପାପର ପ୍ରାୟଶ୍ଚିତ କରିବ।ଆଉ କଂଗ୍ରେସ ଆଞ୍ଚଳିକ ଦଳକୁ ସାଥିରେ ନେବାକୁ ଷଡ଼ଯନ୍ତ୍ର କରିଛି।
ବିରୋଧୀଙ୍କୁ ପରିବାରବାଦ ପାର୍ଟି କହି ସିଧା ନିଶାନା କଲେ।ନାରୀ ସଶକ୍ତ ହେଲେ ପରିବାରବାଦ କ୍ଷତିଗ୍ରସ୍ତ ହେବ ବୋଲି ଭାବିଲେ।ଏଥିପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କଲେ।ଡିଲିମିଟେସନ ପ୍ରସଙ୍ଗରେ ମଧ୍ୟ କଂଗ୍ରେସକୁ ଧୋଇଲେ।ବିଲ୍ ପାସ୍ ହୋଇଥିଲେ ସବୁ ରାଜ୍ୟର ସିଟ୍ ବଢ଼ିଥାନ୍ତା।ମାତ୍ର ସେମାନେ ବିରୋଧ କରି ରାଜ୍ୟବାସୀକୁ ଧୋକ୍କା ଦେଲେ।ଡିଏମ୍କେ, ଟିଏମ୍ସି, ସମାଜବାଦୀ ପାର୍ଟି ବି ସୁଯୋଗ ହାତଛଡ଼ା କଲା।ସମାଜବାଦୀ ପାର୍ଟି ମହିଳା ସଂରକ୍ଷଣ ବିରୋଧୀ, ୟୁପିବାସୀ ଭୁଲିବେନି।କଂଗ୍ରେସ ଏକ ଆଣ୍ଟି ରିଫର୍ମ ପାର୍ଟି- ମୋଦି।କଂଗ୍ରେସ GST, ଡିଜିଟାଲ ପେମେଣ୍ଟକୁ ବିରୋଧ କରିଛି।ସଂସ୍କାର ନାଁ ଶୁଣିଲେ କଂଗ୍ରେସ ଶକ୍ତି ଲଗାଇ ବାଧା ସୃଷ୍ଟି କରିଛି।ଏକ ଦେଶ, ଏକ ନିର୍ବାଚନକୁ କଂଗ୍ରେସ ବିରୋଧ କରିଛି।ଯାହା ଦେଶ ପାଇଁ ଜରୁରୀ, କଂଗ୍ରେସ ତାହାକୁ କାର୍ପେଟ୍ ତଳେ ଲୁଚାଏ। କଂଗ୍ରେସ ପଡ଼ୋଶୀ ସହ ସୀମା ବିବାଦ ଲଟକାଇ ରଖିଥିଲା।ନାରୀଶକ୍ତିକୁ ଆଗକୁ ନେବାରେ କେହି ରୋକିପାରିବେ ନାହିଁ।ବିଜେପି ଓ ଏନ୍ଡିଏର ଉଦ୍ୟମ ଜାରି ରହିବ, ଥମିବ ନାହିଁ।