ପୁରୀରେ ପୋଲିସର ଏନକାଉଣ୍ଟର

0

ଓଡ଼ିଆ ନ୍ୟୁଜ୍: ପୁରୀରେ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର। ଶନିବାର ରାତିରେ ଅପରାଧୀ ଚନ୍ଦନ ଜେନାଙ୍କୁ ପୋଲିସ ଏନକାଉଣ୍ଟର କରିଛି। ଚନ୍ଦନର ଡାହାଣ ଗୋଡରେ ବାଜିଛି ଗୁଳି। ତାଙ୍କୁ ତୁରନ୍ତ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଲିସ ଭର୍ତ୍ତି କରିଛି।ଖବର ଅନୁଯାୟୀ, ଅପରାଧୀ ଚନ୍ଦନ ଜେନାଙ୍କ ଗତିବିଧି ସମ୍ପର୍କରେ ପୂର୍ବରୁ ସୂଚନା ପାଇ ପୋଲିସ ଜାଲ ବିଛାଇଥିଲା।

ପୁରୀ ସହର ନିକଟସ୍ଥ ଓମକାରେଶ୍ୱର ମନ୍ଦିର ଅଞ୍ଚଳରେ ପୋଲିସ ଅପରାଧୀକୁ କାବୁ କରିବାକୁ ଚେଷ୍ଟା କରିଥିଲା। ହେଲେ ଏହି ସମୟରେ ସେ ଖସିଯିବାକୁ ଉଦ୍ୟମ କରିଥିଲା । ଯାହାଫଳରେ ପୋଲିସ ଏନକାଉଣ୍ଟର କରିଥିଲା। ଚନ୍ଦନ ଗୋଡରେ ଗୁଳି ବାଜିଥିବା ବେଳେ ପୋଲିସ ହେପାଜତରେ ପୁରୀ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଚନ୍ଦନ ଜେନାଙ୍କ ଘର କୋଣାର୍କ ଥାନା ଅଧୀନ ହାଟଦଣ୍ଡା ଅଞ୍ଚଳରେ। ଚନ୍ଦନ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

Leave A Reply

Your email address will not be published.