ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅନେକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ ତାଙ୍କର ଦମଦାର ପ୍ରଦର୍ଶନ ସହିତ ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତା ଅରୁଣ ବାଲିଙ୍କର ଦେହାନ୍ତ ହୋଇଛି । ୭୯ ବର୍ଷ ବୟସରେ ଅରୁଣ ବାଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଜି (ଅକ୍ଟୋବର ୭) ସେ ସକାଳ ୪.୩୦ ରେ ବିଶ୍ୱକୁ ବିଦାୟ ଦେଇଛନ୍ତି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।