ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନିତି ଅଭିଯୋଗ ; ୧୧ତାରିଖରେ ବ୍ଲକ ସମ୍ମୁଖରେ ଗଣଅନଶନ କରିବ ବିଜେପି

0

ବାରିକପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ମସିହା ପୂର୍ବରୁ ସମସ୍ତଙ୍କୁ ପକ୍କାଗୃହ ଯୋଗାଇବାର ଲକ୍ଷ୍ୟ ରଖି ଓଡିଶାକୁ ପର୍ଯ୍ୟାପ୍ତ ଘର ଯୋଗାଇ ଦେଇଛନ୍ତି । ଇତିମଧ୍ୟରେ ରାଜ୍ୟକୁ ପ୍ରାୟ ୩୦ଲକ୍ଷ ଆବାସ ଯୋଗାଇ ଦିଆଯାଇଛି । ୟସ ବାତ୍ୟା ପରେ ଓଡିଶାକୁ ୮ଲକ୍ଷ୧୭ହଜାର୪୪୪ ଘର ଯୋଗାଇ ଦେଇଛନ୍ତି । ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାକୁ ୬୫ହଜାର୨୦୮ ଆବାସ ଯୋଗାଇ ଦିଆଯାଇଛି । ମାତ୍ର କ୍ଷମତାସୀନ ଦଳର ଷଡଯନ୍ତ୍ର ଓ ପ୍ରଶାସନର ଅପାରଗତା ଯୋଗୁ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନରେ ଦୁର୍ନିତି କରାଯାଉଥିବାରୁ ପ୍ରକୃତରେ ଯୋଗ୍ୟ ବ୍ୟକ୍ତି ତାଲିକାରୁ ବାଦ ପଡିଛନ୍ତି ବୋଲି ବିଜେପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି । ଦଳ ପକ୍ଷରୁ ରବିବାର ପାଇମହୁରା କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସମ୍ବାଦଦାତା ସମ୍ମିଳନୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନିତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ସ୍ଥାନୀୟ ବିଧାୟକଙ୍କ ଜ୍ଞାତସାରରେ ନପଙ୍ଗ ପଞ୍ଚାୟତରେ ସର୍ବାଧିକ ଦୁର୍ନିତି ହୋଇଥିବା ଆରୋପ କରି ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ନେତା ଆବାସ ଯୋଜନା ନିଲାମ କରି ପାଣ୍ଠି ସଂଗ୍ରହ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଏହି ଦୁର୍ନିତିରେ ସଂପୃକ୍ତ ସରକାରୀ ଅଧିକାରୀ ମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ଏହି ସମ୍ବାଦଦାତା ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ସରପଞ୍ଚ ଜଗବନ୍ଧୁ ଦାସ, ମଣିକାଞ୍ଚନ ସେନାପତି, କମଳ କୁମାର ନନ୍ଦ, ମଣ୍ଡଳ ସଭାପତି ଗିରିଶ ସାମଲ, ନିର୍ମଳ କର, ବାବାଜୀ ଚରଣ ଜେନା, ପୂର୍ଣ୍ଣଚନ୍ଦ୍ର ଖିଲାର, ପ୍ରଦ୍ୟୁମ୍ନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ଆସନ୍ତା ରବିବାର ଦିନ ବ୍ଲକ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଅନୁଷ୍ଠିତ ହେବାବୋଲି ବିଜେପି ନେତା ଶ୍ରୀ ଧଳ ସ୍ପଷ୍ଟୋକ୍ତି ଦେଇଛନ୍ତି ।

ରିପୋର୍ଟ – ଦୁର୍ଯ୍ୟଧନ ଲେଙ୍କା , ଭଦ୍ରକ

Leave A Reply

Your email address will not be published.