ଲ୍ୟାଣ୍ଡର ବିକ୍ରମର ଫଟୋ ପଠାଇଲା ପ୍ରଜ୍ଞାନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରର ସଫଳ ଅବତରଣ ପରେ ରୋଭର ପ୍ରଜ୍ୟାନ ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ତଥ୍ୟ ସଂଗ୍ରହ କରୁଛି । ଏହାରି ଭିତରେ ଚନ୍ଦ୍ରାୟନ ୩ ମିଶନର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍‌ ବିକ୍ରମର ଫଟୋ ଉଠାଇଛି। ଇସ୍ରୋ ଏହି ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛି। ଫଟୋ ଉଠାଇବା ବେଳେ ପ୍ରଜ୍ଞାନ କହିଛି, ସ୍ମାଇଲ୍‌ ପ୍ଲିଜ୍‌।

ରୋଭର ପ୍ରଜ୍ଞାନରେ ଲାଗିଥିବା ନାଭିଗେସନ କ୍ୟାମେରା ଏହି ଛବି ନେଇଛି। ଏହି ସ୍ବତନ୍ତ୍ର କ୍ୟାମେରାକୁ ଲାବୋରଟୋରି ଫର ଇଲେକ୍ଟ୍ରୋ ଅପ୍ଟିକ୍ସ ସିଷ୍ଟମ ଦ୍ୱାରା ପ୍ରସ୍ତୁତ କରାଯାଇଛି।

Leave A Reply

Your email address will not be published.