ବଡ଼ ପରଦାରେ ଏଣ୍ଟ୍ରିମାରିଲେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ରାଜନୀତିରେ ରିଏଲ ଭୂମିକାରୁ ରିଲ୍ ଭୂମିକାକୁ ଏଣ୍ଟ୍ରିମାରିଲେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଜୀବନୀକୁ ନେଇ ସିନେମା ପ୍ରସ୍ତୁତ ହେଉଥିବା ‘ବଡମା’ ସିନେମାରେ ଅଭିନୟ କରୁଛନ୍ତି ପ୍ରସନ୍ନ ଆଚାର‌୍ୟ୍ୟ । ଓଡିଶାର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ, ସ୍ୱର୍ଗତ ପାର୍ବତୀ ଗିରି ଓ ସେତେବେଳେ କ୍ୟାବିନେଟ୍ ମନ୍ତ୍ରୀ ଥିବା ପ୍ରସନ୍ନ ଆଚାର‌୍ୟ୍ୟଙ୍କ ମଧ୍ୟରେ ଏକ କଥୋପକଥନକୁ ଏହି ଫିଲ୍ମରେ ସ୍ଥାନ ଦିଆଯାଇଛି । ସେହି ଦୃଶ୍ୟରେ ପ୍ରସନ୍ନ ଆଚାର‌୍ୟ୍ୟ ନିଜେ ତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।

ଲିଟୁ ମହାନ୍ତି ନିର୍ଦ୍ଦେଶିତ ଏହି ଫିଲ୍ମଟି ମୌଳିକ କାହାଣୀରେ ପର୍ଯ୍ୟବେଶିତ ହୋଇଥିବାରୁ ଦର୍ଶକ ଫିକ୍ଟିକୁ ବେଶ୍ ପସନ୍ଦ କରିବେ ବୋଲି ଆଶା ରଖାଯାଇଛି । ଜୀବନ ଓ ରାଜନୀତିକୁ ଖୁବ୍ ସୁନ୍ଦର ଭାବେ ବିଚାର କରୁଥିବା ବିଜେଡିର ଏହି ଟାଣୁଆ ନେତାଙ୍କୁ ଖୁବ୍ଶୀଘ୍ର ବଡ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ତେବେ ଫିଲ୍ମ ‘ବଡମା’ ଜରିଆରେ ପଶ୍ଚିମ ଓଡିଶାର ବହୁ ଅନାଲୋଚିତ ସ୍ୱାଧିନତା ସଂଗ୍ରାମୀଙ୍କ ସଂପର୍କରେ ଅବଗତ ହୋଇପାରିବେ ଲୋକେ ।

Leave A Reply

Your email address will not be published.