୮ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି, ଜାଣନ୍ତୁ କାହାକୁ ମିଳିଲା କେଉଁ ରାଜ୍ୟ?

0

କେନ୍ଦ୍ରରେ ମୋଦୀ ସରକାରଙ୍କ ସମ୍ପ୍ରସାରଣକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି । ମୋଦୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଥିବା ଥାୱରଚନ୍ଦ ଗେହଲଟ କର୍ଣ୍ଣାଟକର ନୂଆ ରାଜ୍ୟପାଳ ହୋଇଛନ୍ତି ।

ସେହିପରି ହରିବାକୁ କାମ୍ଭମପତି ହୋଇଛନ୍ତି ମିଜୋରାମର ରାଜ୍ୟପାଳ । ଅନ୍ୟପଟେ ମଧ୍ୟପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ଛଗନ ଭାଇ ପଟେଲ ହୋଇଥିବା ବେଳେ ହିମାଚଳ ପ୍ରଦେଶର ରାଜ୍ୟପାଳ ହୋଇଛନ୍ତି ରାଜେନ୍ଦ୍ର ବିଶ୍ୱନାଥ ଅରଲେକର । ଏହା ସହିତ ହରିୟାଣାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ବନ୍ଦାରୁ ଦତ୍ତାତ୍ରେୟ । ପି.ଏସ ଶ୍ରୀଧରନ ପିଲ୍ଲାଇ ଗୋଆର ରାଜ୍ୟପାଳ ଭାବେ ନିଯୁକ୍ତି ହୋଇଥିନା ବେଳେ ଝାଡଖଣ୍ଡର ରାଜ୍ୟପାଳ ହୋଇଛନ୍ତି ରମେଶ ବୈଶ । ତ୍ରିପୁରା ରାଜ୍ୟପାଳ ଭାବେ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ନିଯୁକ୍ତ ଦେଇଛନ୍ତି ରାଷ୍ଟ୍ରପତି ।

Leave A Reply

Your email address will not be published.