କଟକରେ ରାଷ୍ଟ୍ରପତିଙ୍କ ମାରାଥନ କାର୍ଯ୍ୟକ୍ରମ, ସୁରକ୍ଷା ବ୍ୟବସ୍ଥା କଡାକଡି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ୩ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ।  ଆଜି ସକାଳ ୯ ଟା ୧୫ ମିନିଟରେ କଟକ ଚଣ୍ଡି ମନ୍ଦିରରେ ପହଂଚି ମା’ ଚଣ୍ଡଙ୍କୁ ଦର୍ଶନ କରିଛନ୍ତି । ୯.୪୫ ମିନିଟ୍ ପର୍ଯ୍ୟନ୍ତ ମନ୍ଦିରରେ ରହି କରିଛନ୍ତି ପୂଜାର୍ଚ୍ଚନାକରିଛନ୍ତି ।

ସେଠାରୁ ଶୈଳବାଳା ମହିଳା ସ୍ୱଂୟଶାସିତ ମହା ବିଦ୍ୟାଳୟକୁ ଯାଇଛନ୍ତି ରାଷ୍ଟ୍ରପଟ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ । ୧୦ଟା ୧୫ରେ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ସଂଗ୍ରାହଳୟରେ ପହଂଚିଛନ୍ତି ।

ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂତିରେ ମାଲ୍ୟାର୍ପଣ କରିବେ । ସଂଗ୍ରାହଳୟର ବିଭିନ୍ନ ଗ୍ୟାଲେରି ବୁଲି ଦେଖିବେ ରାଷ୍ଟ୍ରପତି । ୧୦ ଟା ୪୫ରେ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ପହଂଚିବେ । ହାଇକୋର୍ଟର ୭୫ ବର୍ଷ ପୂର୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ମ୍ୟୁଜିୟମ ଅଫ ଜଷ୍ଟିସ୍ ଓ ହାଇକୋର୍ଟ ଯିବେ ରାଷ୍ଟ୍ରପତି । ମଧ୍ୟାନ ୨ଟା ୫୦ରେ ଏସସିବି ମେଡିକାଲ କଲେଜ ଓ ହସ୍ୱିଟାଲରେ ପହଂଚିବେ । ଛାତ୍ର ସଂସଦର କାର୍ଯ୍ୟକ୍ରମ ‘ଅରୋରା’ରେ ଯୋଗଦେବେ ମହାମହିମ । ୪ଟା ୫ ମିନିଟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଯିବେ । ସେଠାରେ ସମାବର୍ତନ ଉତ୍ସବରେ ଯୋଗଦେବେ ଦ୍ରୌପଦୀ ମୁର୍ମୁ ।

Leave A Reply

Your email address will not be published.