୫୧ହଜାର ଯୁବ-ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ରୋଜଗାର ମେଳାରେ ୫୧ ହଜାର ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ।

ଏହାସହ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଖୁବଶୀଘ୍ର ବିଶ୍ୱର ଟପ-୩ ଅର୍ଥବ୍ୟବସ୍ଥାରେ ସାମିଲ ହେବ । ଆଜାଦୀର ଏହି ଅମୃତକାଳରେ ଯେଉଁମାନେ ନିଯୁକ୍ତିପତ୍ର ପାଇଛନ୍ତି ସେମାନେ ଦେଶର ସେବା କରିବା ସହ ନାଗରିକ ମାନଙ୍କ ରକ୍ଷା ମଧ୍ୟ କରିବେ । ତେଣୁ ନବନିଯୁକ୍ତ ଯୁବବର୍ଗ ହେଉଛନ୍ତି ଅମୃତକାଳର ଜନ ଓ ଅମୃତ ରକ୍ଷକ ।

 

Leave A Reply

Your email address will not be published.