ଆସିଲା ମୁଖ୍ୟମନ୍ତ୍ରୀଙ୍କର ସମ୍ପତ୍ତି ତାଲିକା: ଜାଣନ୍ତୁ କେତେ ଧନୀ ହୋଇଛନ୍ତି ନବୀନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆସିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମ୍ପତ୍ତି ତାଲିକା । ଅସ୍ଥାବର ସମ୍ପତ୍ତି ଅପରିବର୍ତ୍ତିତ ରହିଛି । ୨୦୧୯ ନିର୍ବାଚନ ସତ୍ୟପାଠ ବେଳେ ଯେତିକି ଅସ୍ଥାବର ସମ୍ପତ୍ତି ଥିଲା ଏବେ ସେତିକି ରହିଛି । ଅର୍ଥାତ ୨୦୦୦ ମସିହା ପରଠୁ ମୁଖ୍ୟମନ୍ତ୍ରୀଙ୍କର ଅସ୍ଥାବର ସମ୍ପତ୍ତି ଅପରିବର୍ତ୍ତିତ ରହିଛି । ସିଏମ୍‌ଓ େଓ୍ଵବସାଇଟରେ ମୋଟ୍‌ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ୨୦୨୧ ଡିସେମ୍ବର ୩୧ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କର ମୋଟ୍‌ ସମ୍ପତ୍ତିର ପରିମାଣ ୬୪କୋଟି ୮୯ ହଜାର । ଦିଲ୍ଲୀ ଜନପଥ ବ୍ୟାଙ୍କରେ ୭୨ଲକ୍ଷ ୮ହଜାର ୯୩ ଟଙ୍କା ରହିଛି । ସେହିପରି ଭୁବନେଶ୍ୱର ଷ୍ଟେଟ ବ୍ୟାଙ୍କରେ ୨୧ଲକ୍ଷ ୭୧ହଜାର ଟଙ୍କା, ହିଞ୍ଜିଳିକାଟୁ ଷ୍ଟେଟ ବ୍ୟାଙ୍କରେ ୧୪ହଜାର ୪୮୮, ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସରେ ରହିଛି ୭ହଜାର ୭୪ ଟଙ୍କା ଜମା ରାଶି । ବରଗଡ଼ ପଦ୍ମପୁର ଏସବିଆଇ ଶାଖାରେ ୩୯ହଜାର ୨୮ ଟଙ୍କା ଥିବା ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାବ୍ୟତୀତ ପୋଷ୍ଟ ଅଫିସରେ ୫ହଜାର ୩୩ଟଙ୍କରା, ବ୍ୟାଙ୍କ ଅଫ ଇଣ୍ଡିଆରେ ୧କୋଟି ୧୧ଲକ୍ଷ ୨୬ହଜାର ଟଙ୍କାର ଫିକ୍ସ ଡିପୋଜିଟ୍‌ ଅଛି । ୯ କୋଟି ଟଙ୍କାର ରିଜର୍ଭ ବ୍ୟାଙ୍କ ବଣ୍ଡ, ପୋଷ୍ଟ ଅଫିସରେ ଅଛି ୧କୋଟି ଟଙ୍କାର ଟର୍ମ ଡିପୋଜିଟ୍‌ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ୩ଲକ୍ଷ ୪୫ ହଜାର ୩୩୬ ଟଙ୍କାର ଅଳଙ୍କାର ରହିଛି । .

Leave A Reply

Your email address will not be published.