କେନ୍ଦ୍ରରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳରେ ଓଡ଼ିଶାରୁ କେଉଁ ନେତା ସ୍ଥାନ ପାଇବେ ?ପୃଥ୍ୱୀରାଜ ହରିଚନ୍ଦନ ରଖିଲେ ପ୍ରତିକ୍ରିୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମନ୍ତ୍ରୀମଣ୍ଡଳରେ କାହାକୁ ସ୍ଥାନ ଦିଆଯିବ ତାର ନିଷ୍ପତି ପ୍ରଧାନମନ୍ତ୍ରୀ ନେବେ।କେନ୍ଦ୍ର ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଓଡିଶାରୁ ଯେତିକି ମନ୍ତ୍ରୀ ସ୍ଥାନ ପାଇବା କଥା,ତାଠୁ ଅଧିକ ପ୍ରତିନିଧିତ୍ୱ ପ୍ରଧାନମନ୍ତ୍ରୀ ଆମକୁ ଦେଇଛନ୍ତି। ଏହା ସହ ଓଡିଶା ରାଜ୍ୟର ନେତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟ ପ୍ରଦାନ କରାଯାଇଛି। ଓଡିଶାକୁ କେନ୍ଦ୍ର ସରକାର ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି। ଯଦି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହୁଏ ତେବେ କାହାକୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିବ ତାହାର ନିଷ୍ପତି ପ୍ରଧାନମନ୍ତ୍ରୀ ନେବେ।

ରାଜନୀତି,ସାଙ୍ଗଠନିକ କାଯ୍ୟଧାରା ଦୁଷ୍ଟିରୁ ୨୦୨୩ ବିଜେପି ପାଇଁ ଏକ ଚାଲେଞ୍ଜର ବର୍ଷ ରହିବ। ରାଜ୍ୟସରକାରଙ୍କୁ ଲୋକମାନେ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କରିସାରିଲେଣି। ଲୋକମାନଙ୍କ ସହ ତାଳ ଦେଇ ସଂଗଠନ ତିଆରି କରିବା, ଆନ୍ଦୋଳନ କରିବା ପ୍ରକ୍ରିୟା ବିଜେପି ମଧ୍ୟ ଆରମ୍ଭ କରିସାରିଛି। ଭାରତର ବିକାଶ ଧାରାରେ ଓଡିଶା ଯେଉଁଭଳି ଭାବରେ ବିଭିନ୍ନ କ୍ଷତ୍ରରେ ନିମ୍ନଗାମୀ ହେବା ଆରମ୍ଭ କରିଛି। ଏହା ଓଡିଶାପାଇଁ ଦୁର୍ଭାଗ୍ୟପୁର୍ଣ କଥା। ଏହାର ନିରାକରଣ ଗୋଟିଏ ବାଟ ହେଉଛି ସରକାରରେ ପରିବର୍ତନ କାରି ରାଜ୍ୟରେ ବିଜେପିକୁ କ୍ଷମତାକୁ ଆଣିବା। ନିର୍ବାଚନ ପୂର୍ବରୁ ବିଜେଡି ସରକାର ଯେତେ ଯୋଜନା କଥା ପ୍ରତିଶୃତି ଦେଲେ ବି ସବୁ ଯୋଜନା ଷଡଯନ୍ତ୍ରକୁ ବିଜେପି ପର୍ଦାଫାଶ କରିବ।

Leave A Reply

Your email address will not be published.