ମୂର୍ତ୍ତି ବିବାଦ: ପୂଜା କମିଟିକୁ ବଡ ଝଟକା, ଉଚ୍ଚତା ବୃଦ୍ଧି ଆବେଦନ ହାଇକୋର୍ଟରେ ଖାରଜ

0

ମା ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କମିଟିଗୁଡିକୁ ଲାଗିଛି ବଡ ଝଟକା । ମୂର୍ତ୍ତି ଉଚ୍ଚତା ବୃ୍ଦ୍ଧି କରାଯାଇ ପାରିବ ନାହିଁ ବୋଲି ଶୁକ୍ରବାର ଶୁଣାଣିରେ କହିଛନ୍ତି ହାଇକୋର୍ଟ । ମୂର୍ତ୍ତି ବିବାଦ ମାମଲାରେ ଦାଖଲ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ବାଲୁବଜାର ପୂଜା କମିଟି କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ମୂର୍ତ୍ତି ଉଚ୍ଚତା ବୃଦ୍ଧି ପାଇଁ କମିଟି ପକ୍ଷରୁ ଆବେଦନ କରାଯାଇଥିଲା । ମହାମାରୀ ସମୟରେ ସରକାରୀ ନିର୍ଦ୍ଦେଶାନାମାରେ ହସ୍ତକ୍ଷେପ ପାଇଁ ହାଇକୋର୍ଟ ମନା କରି ଦେଇଛନ୍ତି । ଏବେ ଦେଖିବା ବାକି ରହିଲା ଦୁର୍ଗା ପୂଜା କମିଟି ଆଗାମୀ କଣ ପଦକ୍ଷେପ ନେଉଛନ୍ତି ।

Leave A Reply

Your email address will not be published.