ଓଡ଼ିଆ ନ୍ୟୁଜ୍: ନିଳାଦ୍ରୀ ବିଜେ ପରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି। ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା। ଆଗକୁ ସ୍ନାନଯାତ୍ରା ଓ ଘୋଷଯାତ୍ରା ଥିବାରୁ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ। ନିଳାଦ୍ରୀ ବିଜେ ପରେ କେଉଁ ତିଥିରେ ଆରମ୍ଭ ହେବ ସରକାରଙ୍କୁ ସୂଚନା ଦେବୁ। SOPରେ କିଛିଟା ପରିବର୍ତ୍ତନ ହେବା ଆବଶ୍ୟକ- ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ଭିତର ରତ୍ନଭଣ୍ଡାରରେ ଥିବା ପୁରୁଣା ଆଲମିରା ଗୁଡ଼ିକ ବାହାରକୁ ଆସିବ । ମୂଲ୍ୟବାନ ସାମଗ୍ରୀ ଓ ରତ୍ନ ଅଳଙ୍କାର ବହୁତ ବଡ଼ ଥିବାରୁ ଭିତର ରତ୍ନଭଣ୍ଡାର ଭିତରେ ଗଣତି କରିବା ସମ୍ଭବ ନୁହେଁ । ଖଟ ଶେଯ ଘରେ ଏହାର ଗଣତି କାର୍ଯ୍ୟ କରାଯିବ । ନରେନ୍ଦ୍ର ପୁଷ୍କରିଣୀରେ ଏକ ନୂତନ ଭାବେ ସୂଚନା କେନ୍ଦ୍ର ଓ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ ହେବ । ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି । ଇସ୍କନ ଏବଂ ଅନ୍ୟ ସଂସ୍ଥା ଅଦିନିଆ ରଥଯାତ୍ରା ଓ ଯାନି ଯାତ୍ରା ଆୟୋଜନ ଉଚିତ ନୁହେଁ । ଏହାକୁ ନେଇ ପରିଚାଳନା କମିଟି ବୈଠକରେ ଉଦବେଗ ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କୁ ଜଣାଇବା ପରେ କେନ୍ଦ୍ର ସରକାରଙ୍କୁ ଏ ବିଷୟରେ ଅବଗତ କରାଯିବ । ଅଦିନିଆ ରଥଯାତ୍ରା ଓ ଯାନିଯାତ୍ରା ବନ୍ଦ କରିବା ପାଇଁ ନିଳାଦ୍ରୀ ବିଜେ ପରେ ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ।