ରଥଯାତ୍ରା ପାଇଁ ପୁରୀ ପୋଲିସର ମକ୍‌ଡ୍ରିଲ୍

0

ଓଡ଼ିଆ ନ୍ୟୁଜ୍: ଦିନକ ପରେ ମହାପ୍ରଭୁଙ୍କର‌ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଅଘଟଣ ମୁକ୍ତ ରଥଯାତ୍ରା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରଥଯାତ୍ରା ଅବସରରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରଥଯାତ୍ରା ପାଇଁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆ ଠାରେ ରଥଟଣାର ମକଡ୍ରିଲ କରାଯାଇଛି ।

ବିଶେଷ କରି ତିନି ରଥର ସୁରକ୍ଷା, ରଥର ଇନର୍ ଓ ଆଉଟର କର୍ଡନ, ଜେନେରାଲ କର୍ଡନ ଦାୟିତ୍ବରେ ଯେଉଁ ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ ସେମାନଙ୍କୁ ନେଇ ହିଁ ଏହି ମକଡ୍ରିଲ କରାଯାଇଥିଲା। ଏଡିଜି ସଞ୍ଜୟ କୁମାର ନିଜେ ଏହି ମକଡ୍ରିଲର ସମୀକ୍ଷା କରିଥିଲେ। ରଥଯାତ୍ରା ଭଳି ଅବିକଳ ରଥଟଣାର ଡେମୋ କରାଯାଇଥିଲା। ତିନୋଟି ପୁଲିସ ଜିପ୍‌କୁ ତିନୋଟି ରଥ ଭାବେ ନିଆଯାଇ କର୍ଡନ ମଧ୍ୟରେ କରାଯାଇଥିଲା ରଥଟଣା।

Leave A Reply

Your email address will not be published.