ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦୀର୍ଘ ଦେଢ ବର୍ଷରୁ ଉଦ୍ଦ୍ୱର୍ ସମୟ ଧରି ଋଷ ଆଉ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଋଷକୁ ଚାଇନା ସମର୍ଥନ କରୁଥିବା ଦେଖିବାକୁ ମିଳୁଛି । ଏହାରି ଭିତରେ ଏକ ବଡ଼ ଖବର ଆସିଛି ଯେ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଆସନ୍ତା ଅକ୍ଟୋବର ମାସରେ ଚୀନ୍ ଗସ୍ତ କରିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି। ଗତ ମାର୍ଚ୍ଚ ମାସରେ ୟୁକ୍ରେନ ଯୁଦ୍ଧକୁ ନେଇ ଯୁଦ୍ଧ ଅପରାଧ ଅଭିଯୋଗରେ ଅନ୍ତର୍ଜାତୀୟ କ୍ରମିନାଲ କୋର୍ଟ (ଆଇସିସି) ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବା ପରେ ଏହା ହେବ ତାଙ୍କର ପ୍ରଥମ ବିଦେଶ ଗସ୍ତ।
ସୋମବାର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ନିଜେ ଜି୨୦ ବୈଠକରେ ଯୋଗ ଦେଇପାରିବେ ନାହିଁ। ତାଙ୍କ ତରଫରୁ ବିଦେଶ ମନ୍ତ୍ରୀ ସର୍ଗେ ଲଭରୋଭ ଯୋଗ ଦେବେ ବୋଲି ଜଣାଇଥିଲେ। ଆସନ୍ତା ଅକ୍ଟୋବରରେ ଚୀନରେ ଅନୁଷ୍ଠିତ ହେବାକୁ ଥିବା ବେଲ୍ଟ ଆଣ୍ଡ ରୋଡ୍ କନକ୍ଲେଭରେ ଯୋଗ ଦେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଆମନ୍ତ୍ରଣ କରିଥିଲେ।