ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପରୀକ୍ଷା ପ୍ରଶ୍ନପତ୍ର ଦଲାଲ ଗୋବିନ୍ଦ ତ୍ରିପାଠୀଙ୍କ ଦାମୀ ଗାଡି ସଉକ । ଆଶାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ କରି ନିଜର ସଉକ ପୁରା କରୁଥିଲା । ଗୋବିନ୍ଦ ଇନୋଭା ଗାଡିକୁ ସିଜ୍ କରିଛି ବାଲେଶ୍ୱର ପୋଲିସ ।
ଘର ଆଗରେ ଛିଡା ହୋଇଛି ଥର ଗାଡି । ବହୁ ଦିନ ଧରି ନିଯୁକ୍ତି ଜାଲିଆତିରେ ସମ୍ପୃକ୍ତ ଅଛି ଗୋବିନ୍ଦ । ବେକାର ଯୁବକ ଯୁବତୀଙ୍କ ଠାରୁ ପୁଳା ପୁଳା ଟଙ୍କା ନେଉଥିଲା । ବେଲଗଣ୍ଠାରେ ପ୍ରାୟ ୧୦ଜଣଙ୍କୁ ସିବିଟି ଟିଚର ନିଯୁକ୍ତି ଦେଇଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ । ଓଟିଇଟି ପାଇଁ ଜଣ ପିଛା ୨ଲକ୍ଷ ଟଙ୍କା ନେଉଥିଲା ।
ଓଏସଏସଟିଇଟି ପରୀକ୍ଷାରେ ପାସ ପାଇଁ ଜଣ ପିଛା ନେଉଥିଲେ ୩ଲକ୍ଷ ଟଙ୍କା । ବିଭିନ୍ନ ଜାଗାରେ ଗୋବିନ୍ଦର ଦୁଇଟି ଘର ଓ ଏକାଧିକ ପ୍ଲଟ ରହିଛି । କନ୍ଧମାଳ ବାଲିଗୁଡାରେ ପ୍ରାଥମିକ ଶିକ୍ଷକ ଭାବେ ଚାକିରି କରନ୍ତି ଗୋବିନ୍ଦ । ଏପଟେ ବେଲଗୁଣ୍ଠାରେ ଗୋବିନ୍ଦ ତ୍ରିପାଠୀଙ୍କ ଏକାଧିକ ପ୍ଲଟ ସହ ଘର ଥିବା ଜଣାପଡିଛି । ବେଲଗୁଣ୍ଠାରେ ହିଁ ତାଙ୍କର ବାପା ଓ ଭାଇ ଲୁଗା ଦୋକାନ କରିଛନ୍ତି । ଗୋବିନ୍ଦର ମୁଖ୍ୟ ସହଯୋଗୀ ବେଲଗୁଣ୍ଠା ଇନ୍ଦ୍ରଗଡ ଗାଁର ତ୍ରିନାଥଙ୍କ ଖୋଜୁଛି ପୋଲିସ ।