ରାଜା ଚକ୍ରଙ୍କୁ ଅନ୍ତରୀଣ ଜାମିନ୍‌

0

ଓଡ଼ିଆ ନ୍ୟୁଜ୍: ବିଜେଡି ନେତା ରାଜା ଚକ୍ରଙ୍କୁ ମିଳିଲା ଅନ୍ତରୀଣ ଜାମିନ୍‌  । ସଦର ଥାନାର ଗୋଟିଏ ମାମଲାରେ ମିଳିଲା ଅନ୍ତରୀଣ ଜାମିନ୍‌ ।  ୧୫ ଦିନିଆ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍‌ ଦେଲେ ଜିଲ୍ଲା ଦୌରାଜଜ୍‌  ।  ଶ୍ବଶୁରଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାକୁ ଅନ୍ତରୀଣ ଜାମିନ୍‌  ମିଳିଛି ।  ଗତ ମାର୍ଚ୍ଚ ମାସରୁ ଗିରଫ ହୋଇ ବାଲେଶ୍ୱର ଜେଲ୍‌ରେ ରହିଥିବାବେଳେ ପରେ ପୁଣି ତାଙ୍କ ନାମରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କେନ୍ଦୁଝରଠାରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି ।ଜାମିନ ଖାରଜ ହୋଇଥିବାରୁ ରାଜା ଏବେ ବାଲେଶ୍ୱର ବିଚାର ବିଭାଗୀୟ ହାଜତରେ ରହୁଛନ୍ତି । ରାଜାଙ୍କ ଶଶୁର କେନ୍ଦୁଝର ପୁରୁଣା ବଜାର ଅଞ୍ଚଳର ଖ୍ୟାତନାମା ଚିତ୍ରଶିଳ୍ପୀ ବିଜୟ ପଟ୍ଟନାୟକ ଗତ ଶୁକ୍ରବାର ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି ।

ରାଜା ଏକମାତ୍ର ଜ୍ୱାଇଁ ହୋଇଥିବାରୁ ଦଶାହ କର୍ମରେ ଯୋଗଦେବାକୁ ଅନ୍ତରୀଣ ଜାମିନ ପାଇଁ କେନ୍ଦୁଝର ଏସ୍‌ଡିଜେଏମ୍‌ଙ୍କ ନିକଟରେ ଗତ ଶୁକ୍ରବାର ଆବେଦନ କରିଥିଲେ । ୧୫ ଦିନ ଜାମିନ ଦେବାକୁ ଅଦାଲତରେ ଆବେଦନ କରାଯାଇଥିବା ବେଳେ ଏସ୍‌ଡିଜେଏମ୍‌ ଜାମିନ ଆବେଦନକୁ ଖାରଜ କରିଥିଲେ ।ଫଳରେ ଜିଲ୍ଲା ଦୌରାଜଜ୍‌ଙ୍କ ନିକଟରେ ପୁଣି ଜାମିନ ଆବେଦନ କରାଯାଇଥିଲା । ଶୁକ୍ରବାର ଉକ୍ତ ଆବେଦନକୁ ଅଦାଲତ ଗ୍ରହଣ କରି ମାମଲାର ଗୁରୁତ୍ୱ ଦୃଷ୍ଟିରୁ ୧୫ ଦିନ ପାଇଁ ରାଜାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.