ଦୁଇ ବର୍ଷ ପରେ ମହା ଆଡମ୍ବରରେ କଟକ ଓ ବ୍ରହ୍ମପୁରରେ ପାଳିତ ହୋଇଛି ରଥଯାତ୍ରା

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଦୁଇ ବର୍ଷ ପରେ ରୌପ୍ୟ ନଗରୀ କଟକରେ ରଥଯାତ୍ରା ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ଘଣ୍ଟଘଣ୍ଟା ଓ ଜୟ ଜଗନ୍ନାଥ ଧ୍ୱନୀରେ କଟକ ସହର ପ୍ରକମ୍ପିତ ହୋଇ ଉଠିଥିଲା। କଟକ ଚାନ୍ଦିନୀଚୌକ, ଦୋଳମୁଣ୍ଡାଇ, ରାଣୀହାଟ ସହ ପ୍ରତ୍ୟେକ ଗଳି କନ୍ଦିରେ ଘୋଷଯାତ୍ରା ବହୁ ଆଡମ୍ବରରେ ପାଳିତ ହୋଇଯାଇଛି।

ବ୍ରହ୍ମପୁର ସହରରେ ମଧ୍ୟ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ଘଟିଛି। ରଥ ଟାଣିବାର ସୌଭାଗ୍ୟ ପାଇଛନ୍ତି ଶ୍ରଦ୍ଧାଳୁ। ବ୍ରହ୍ମପୁର ସହରର ବିଭିନ୍ନ ଜଗନ୍ନାଥ ମନ୍ଦିର, ଆପାର୍ଟମେଣ୍ଟ ପରିସର ସହ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ତରଫରୁ ରଥଯାତ୍ରାର ଆୟୋଜନା କରାଯାଇଥିଲା। ସହରରେ ଛୋଟବଡ଼ ହୋଇ ୩୨ଟି ରଥ ବାହାରିଥିଲା।… କେନ୍ଦୁଝର ସହରର ପୁରୁଣା ବଜାରଠାରେ ବଳଦେବଜୀୟୁଙ୍କ ରଥଯାତ୍ରା ପାଳିତ ହୋଇଯାଇଛି। କେନ୍ଦୁଝର ଯୁବରାଜ ଛେରା ପହଁରା କରିବା ପରେ ଅପରାହ୍ନ ୫.୩୫ ମିନିଟ ସମୟରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରବଳ ବର୍ଷା ସତ୍ୱେ ୫୦ ହଜାରରୁ ଅଧିକ ଭକ୍ତ ଙ୍କର ସମାଗମ ହୋଇଥିଲା।

Leave A Reply

Your email address will not be published.