ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଦୁଇଟି ବ୍ୟାଙ୍କ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆରବିଆଇ । ଏହାର ଲାଇସେନ୍ସକୁ ବାତିଲ କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମଙ୍ଗଳବାର ଦୁଇଟି ପୃଥକ ବିବୃତ୍ତିରେ କହିଛି ଯେ ଦୁଇଟି ସମବାୟ ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଛି। ଏଥିମଧ୍ୟରେ କର୍ଣ୍ଣାଟକର ତୁମ୍କୁରରେ ଶ୍ରୀ ଶରଦା ମହିଳା ସହକାରୀ ବ୍ୟାଙ୍କ ଏବଂ ମହାରାଷ୍ଟ୍ରର ସାତାର ହରିହରେଶ୍ୱର ବ୍ୟାଙ୍କ ଅନ୍ତର୍ଭୁକ୍ତ ।
ରିଜର୍ଭ ବ୍ୟାଙ୍କ କହିଛି ଯେ କାର୍ୟ୍ୟ ଜାରି ରଖିବା ପାଇଁ ଉଭୟ ବ୍ୟାଙ୍କର ପର୍ୟ୍ୟାପ୍ତ ପୁଞ୍ଜି ନାହିଁ। ଏହା ବ୍ୟତୀତ ଉଭୟ ବ୍ୟାଙ୍କ ପାଇଁ କ କୌଣସି ରୋଜଗାର ସମ୍ଭାବନା ବାକି ରହିଲା ନାହିଁ। ଏଭଳି ପରିସ୍ଥିତିରେ ତାଙ୍କ ଲାଇସେନ୍ସ ବାତିଲ କରିବା ଆବଶ୍ୟକ ଥିଲା। ଆରବିଆଇ କହିଛି ଯେ, ହରିହରେଶ୍ୱର କୋଅପରେଟିଭ ବ୍ୟାଙ୍କର ବ୍ୟବସାୟ ବନ୍ଦ କରିବାକୁ ନିର୍ଦ୍ଦେଶ ୧୧ ଜୁଲାଇ ୨୦୨୩ ଠାରୁ କାର୍ୟ୍ୟକାରୀ ହୋଇଛି।