ଫେରିଲା ଜଗନ୍ନାଥଙ୍କ ଜମା ଟଙ୍କା

0

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ୟେସ ବ୍ୟାଙ୍କ ରୁ ଉଠିଲା ମହା ପ୍ରଭୁଙ୍କର ଜମା ଥିବା ଟଙ୍କା l ଇ ଟାନ୍ସଫର ମାଧ୍ୟମରେ ଶ୍ରୀମନ୍ଦିର ଏସବିଆଇ ଆକାଉଣ୍ଟକୁ ଟଙ୍କା ଫେରିଲା । ୩୮୯ କୋଟି ଟଙ୍କା ମାଚ୍ୟୁରିଟି ହୋଇଥିବାରୁ ୮ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ସୁଧ ସହ ମୋଟ୍‌ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଶ୍ରୀମନ୍ଦିର ଏସ୍‌ବିଆଇ ଆକାଉଣ୍ଟକୁ ଫେରିଛି l ଜଗନ୍ନାଥ ଟେମ୍ପଲ କର୍ପସ ଫଣ୍ଡରେ ଏହି ସୁଧ ଓ ମୂଳ ଟଙ୍କା ଜମା ହୋଇଛି । । ବାକି ୧୫୬ କୋଟି ଟଙ୍କା ଦ୍ୱିତୀୟ କିସ୍ତି ମାର୍ଚ୍ଚ ୩୦ ତାରିଖରେ ଆକାଉଣ୍ଟକୁ ଫେରି ବୋଲି ସୂଚନା ଦିଆଯାଇଛି ।ଏନେଇ ୟେସ୍ ବ୍ୟାଙ୍କ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଯୋଗେ ଜଣାଇ ଦେଇଛି ୟେସ୍ ବ୍ୟାଙ୍କ l

ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କ ଉପରେ କଟକଣା ଲଗାଇବା ପରେ ବନ୍ଦ ରହିଥିଲା ବ୍ୟାଙ୍କ l ଗତକାଲି ସନ୍ଧ୍ୟାରୁ ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି ୟେସ ବ୍ୟାଙ୍କ l ଟୁଇଟ କରି ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏବେ ଠାରୁ କାର୍ଯ୍ୟକ୍ଷମ ହେଲା ବ୍ୟାଙ୍କ । ଗ୍ରାହକ ଏବଂ ଜମାକାରୀମାନେ ସେମାନଙ୍କର କାରବାର କରିପାରିବେ ।

Leave A Reply

Your email address will not be published.