ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଜନ୍ମଦିନ ପାଳନ, ବରୁଣେଶ୍ୱର ମନ୍ଦିରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜଳାଭିଶେକ ପରେ ୧୦୮ ଦୀପ ପ୍ରଦାନ କରାଯାଇଛି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଂଝାରପୁର ବିଧାୟିକା ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଜନ୍ମଦିନ ପାଳନ କରାଯାଇଛି । ଯାଜପୁର ବିଂଝାରପୁର ର ବାବା ବରୁଣେଶ୍ୱର ମନ୍ଦିରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବାବା ଙ୍କୁ ଜଳାଭିଶେକ ପରେ ୧୦୮ ଦୀପ ପ୍ରଦାନ କରାଯାଇଛି।ଏହାପରେ ବରୁଣେଶ୍ୱର ମନ୍ଦିର ରେ ମନ୍ତ୍ରୀ ଙ୍କ ସମର୍ଥକ ମାନେ ମନ୍ତ୍ରୀ ଙ୍କୁ ଶୁଭେଛା ଜଣାଇଥିଲେ। ଶେଷରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଂକୁ ପୁସ୍ତକ ଏବଂ ବସ୍ତ୍ର ମନ୍ତ୍ରୀ ବଣ୍ଟନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳ ସଭାପତି ଲେଲିନ ଦାସ ପରିଚାଳନା କରିବା ସହ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ , ଜିଲ୍ଲାପରିଷଦ ନନ୍ଦକିଶୋର ସାମଲ , ଅହଲ୍ୟା ସ୍ଵାଇଁ , ମାମିନା ମଲିକ୍ , ସମାଜସେବୀ ରବିନ୍ଦ୍ର ପରିଡ଼ା , ସରପଞ୍ଚ ସ୍ମତି ସମୀକ୍ଷା ମଲ୍ଲିକ୍ ସମେତ ବହୁ ନେତା ଏବଂ କର୍ମୀ ଉପସ୍ଥିତ ରହି କେକ୍ କାଟି ଧୁମ୍ ଧୁମ୍ ରେ ପାଳନ କରିଥିଲେ।

Leave A Reply

Your email address will not be published.