RMRC ହେବ ଡିମଡି-ଟୁ-ବି ୟୁନିଭର୍ସିଟି: ପ୍ରସ୍ତାବ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆରଏମଆରସି ହେବ ଡିମଡି ଟୁ ବି ୟୁନିଭର୍ସିଟି । ଏଭଳି ପ୍ରସ୍ତାବ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଆଇସିଏମଆର – ଆରଏମଆରସି କୁ ଡିମଡି ଟୁ ବି ୟୁନିଭର୍ସିଟି କରିବା ଦିଗରେ ଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟା । ଆଜି ଆଇସିଏମଆର – ଆରଏମଆରସି କ୍ୟାମ୍ପସ ରେ କିଛି ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଦୁଇ କେନ୍ଦ୍ର ମନ୍ତ୍ରୀ ଏଭଳି ପ୍ରତିକ୍ରିୟା ଗଣମାଧ୍ୟମ କୁ ଦେଇଛନ୍ତି । ଏଭଳି ହେଲେ ଗବେଷଣା କ୍ଷେତ୍ରରେ ଆଇସିଏମଆର – ଆରଏମଆରସି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବହୁ ସୁନାମ ଆଣିବା ସହ ବହୁ ଓଡ଼ିଆ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ିବା, ଗବେଷଣା କରିବାର ସୁଯୋଗ ମିଳିବ ବୋଲି ଦୁଇ ମନ୍ତ୍ରୀ କହିଛନ୍ତି ।

ସେହିପରି କୋଭିଡ ସମୟରେ ଦେଶକୁ ଟୀକା ଉଦ୍ଭାବନ ଦିଗରେ ବହୁ ସାହାଯ୍ୟ କରିଥିବା ଏହି ସେଣ୍ଟର୍ କୁ ଭୂରି ଭୂରି ପ୍ରଶଂସା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।ଏହାଛଡା କେବଳ ଆଇସିଏମଆର – ଆରଏମଆରସି ନୁହେଁ ବରଂ ଅନ୍ୟ ପ୍ରାଇଭେଟ୍ କିମ୍ୱା ସରକାରୀ ଅନୁଷ୍ଠାନ ଗବେଷଣା କୁ ସର୍ବାଧିକ ଗୁରୁତ୍ଵ ଦିଅନ୍ତୁ ବୋଲି କହିଛନ୍ତି ଉଭୟ ମନ୍ତ୍ରୀ । କେନ୍ଦ୍ର ସରକାର ତାଙ୍କ ସହ ଥିବା କହିଛନ୍ତି । ୨୦୨୫ ସୁଦ୍ଧା ଟିବି ରୋଗ କୁ ସମୁଲେ ନାଶ କରିବା ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି । ଆଜି ଏହି କାର୍ଯ୍ୟକ୍ରମ ରେ ଅତ୍ୟାଧୁନିକ ବି ଏସ ଏଲ ଥ୍ରି ଲ୍ୟାବ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ରାଜ୍ୟ ତଥା ଦେଶ ହିତରେ ଏହା କାମ କରିବ ବୋଲି କହିଛନ୍ତି । ଏହି କାର୍ଯ୍କ୍ରମ ରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଆଇସିଏମଆର – ଆରଏମଆରସି ନିର୍ଦ୍ଦେଶକ ପ୍ରମୁଖ ଅତିଥି ଯୋଗ ଦେଇଥିଲେ ।

Leave A Reply

Your email address will not be published.