ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ, ନରସିଂହପୁର : ନରସିଂହପୁର ମହାବିଦ୍ୟାଳୟରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନରସିଂହପୁର ୧୩ /୧୦ ସ୍ବେଛାସେବୀ ଅନୁଷ୍ଠାନ ସେଫ ସଂଗଠନ ଓ କେନ୍ଦ୍ର ସରକାରଙ୍କ ଜାତୀୟ ସଡକ ପରିବହନ ଓ ରାଜପଥ ବିଭାଗର ସହଯୋଗରେ ନରସିଂହପୁର ବ୍ଲକ ୪୦ ଗୋଟି ହାଇସ୍କୁଲ ରେ ଅନୁଷ୍ଠିତ ହୋଇଥିବା ସଡକ ସୁରକ୍ଷା କାର୍ୟ୍ୟକ୍ରମର ଉଦଯାପନି ଉତ୍ସବ ସ୍ଥାନୀୟ ନରସିଂହପୁର ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି ।

ଉଦଯାପିତ କାର୍ୟ୍ୟକ୍ରମରେ କଟକ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଇଂ ସଞ୍ଜୟ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ସଡକ ସୁରକ୍ଷା ଓ ତାର କାରଣ ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ନରସିଂହପୁର ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ଦେବେନ୍ଦ୍ର ନାରାୟଣ ପତ୍ରି ବ୍ଲକ ଶିକ୍ଷା ଅଧିକାରିଣୀ ଡ଼ଃ ସୌମାଶ୍ରୀ ପଣ୍ଡା ସମାଜସେବୀ ତଥା ସଡକ ସୁରକ୍ଷା ପାର୍ଲ୍ୟାମେଣ୍ଟାରୀ ସଭ୍ୟ ରବୀନ୍ଦ୍ରନାଥ ପଣ୍ଡା ସମାଜସେବୀ ବିଜୟ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ କାର୍ୟ୍ୟକ୍ରମର ସଫଳ ରୂପାୟନ ଓ ସଚେତନତା ଉପରେ ସାରଗର୍ଭକ ଅଭିଭାଷଣ ଦେଇଥିଲେ ।

ସେଫ ଇଣ୍ଡିଆ ସଂଗଠନର ସଭାପତି ଦିଲୀପ କୁମାର ପଣ୍ଡା କାର୍ୟ୍ୟକ୍ରମର ଆଭିମୁଖ୍ୟ ଓ ସଫଳତା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।ନରସିଂହପୁର ମହାବିଦ୍ୟାଳୟର ଭୂଗୋଳ ବିଭାଗ ଅଧ୍ୟାପକ ପ୍ରଦୀପ୍ତ କୁମାର ମହାରଣା ଏନ ସି ସି ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ସେଫ ଅନୁଷ୍ଠାନର ସବ୍ୟ ବିନୟ ରଞ୍ଜନ ଜେନା ଅଶୋକ କୁମାର ପଣ୍ଡା ସନ୍ତୋଷ କୁମାର ନାୟକ ପ୍ରମୁଖ କାର୍ୟ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ନରସିଂହପୁର ବ୍ଲକ ବିଭିର୍ଣ ହାଇସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ମହାବିଦ୍ୟାଳୟର ଏନ ସି ସି ଓ ସମସ୍ଥ ବର୍ଗର ଛାତ୍ରଛାତ୍ରୀ ନରସିଂହପୁର ଡ୍ରାଇଭର ମହାସଂଘର ସମ୍ପାଦକଦୀନବନ୍ଧୁ ପ୍ରଧାନ ଓ ବହୁ ସଭ୍ୟ ଉପସ୍ଥିତ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.