ଓଡ଼ିଆ ନ୍ୟୁଜ୍: ଯାତ୍ରୀବାହୀ ବସ୍ ଜାଳିଦେଲେ ଦୁର୍ବୃତ୍ତ।ଟାଙ୍ଗାରପାଲି ଥାନା ଅଞ୍ଚଳରେ ବସ୍ କାଚ ଭାଙ୍ଗିବା ସହ ଜାଳିଦେଲେ।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସାରନଗରୀ ବାଲିଝୁଡି ସ୍ଵପ୍ନେଶ୍ଵର ମନ୍ଦିର ନିକଟରେ ଛିଡ଼ା ହୋଇଥିବା ନୂଆ ରାତ୍ରିକାଳୀନ ବସ ୨ଟିକୁ କେହି ଦୁର୍ବୃତ୍ତ ମଧ୍ୟ ରାତ୍ରିରେ ଜାଳି ଦେଇଥିବା ଜଣା ପଡିଛି| ମିଳିଥିବା ସୂଚନା ଅନୁଯାୟୀ, ୧୫ ଦିନ ଆଗରୁ ଅନୟ କୁମାର ମଲିକ ଜୟପୁର ରାଜ୍ୟରୁ ଅଞ୍ଜଳି ନାମକ ୨ ଟି ରାତ୍ରିକାଳୀନ ନୂଆ ଓଡି ୧୪ଏଲ୬୦୫୫ ଓ ଅନ୍ୟଟି ଓଡି ୧୪ଏଲ୬୧୫୫ ବସ ଆଣି ପରମିଟ ବାହାରି ନ ଥିବାରୁ ସାରନଗରୀ ନିକଟରେ ଥିବା ସ୍ଵପ୍ନେଶ୍ଵର ମନ୍ଦିର ନିକଟରେ ଛିଡ଼ା କରିଥିଲେ| ଶୁକ୍ରବାର ମଧ୍ୟ ରାତ୍ରିରେ କେହି ଦୁର୍ବୃତ୍ତ ବସର କାଚ ଭାଙ୍ଗି ଗାଡ଼ିରେ ଥିବା ପରଦାରେ ନିଆଁ ଲଗାଇ ଦେଇଥିବା ବେଳେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଅନ୍ୟଟିର ଆଗରୁ ଆଂଶିକ ନିଆଁ ଲାଗିଥିଲା|