ଓଡ଼ିଆ ନ୍ୟୁଜ୍: ରାଉରକେଲା ବିମାନ ଦୁର୍ଘଟଣାରେ ଗୁରୁତର ସୁଶାନ୍ତ ବିଶ୍ୱାଳ ମୃତ।ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ।ଗତ ୧୦ ତାରିଖରେ ଜଲ୍ଦା ପାଖରେ ହୋଇଥିଲା ଦୁର୍ଘଟଣା।୨ ପାଇଲଟ୍ଙ୍କ ସମେତ ୬ ଆହତ ହୋଇଥିଲେ, ସୁଶାନ୍ତ ଗୁରୁତର ଥିଲେ। ରାଉରକେଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାରୁ ତାଙ୍କୁ ମୁମ୍ୱାଇ ଏୟାରଲିଫ୍ଟ କରିବା ପାଇଁ ବ୍ୟବସ୍ଥା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ।
ଗତ ୧୦ ତାରିଖରେ ବିମାନଟି ଭୁବନେଶ୍ବର ରାଉରକେଲା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ମୃତ ଯାତ୍ରୀ ସୁଶାନ୍ତ ବିଶ୍ଵାଳ ସ୍ବାସ୍ଥ୍ୟ ସମସ୍ୟାର ଭୁବନେଶ୍ୱରରେ ଚିକିତ୍ସା କରାଇ ଫେରୁଥିବା ବେଳେ ରାଉରକେଲାରେ ବିମାନ ଦୁର୍ଘଟଣା ଘଟିଥିଲା ।