ଆସନ୍ତା ବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନ

0

ଓଡ଼ିଆ ନ୍ୟୁଜ୍: ଆସନ୍ତା ବର୍ଷ ଜାନୁଆରୀ, ଫେବ୍ରୁଆରୀରେ ପଞ୍ଚାୟତ ନିର୍ବାଚନ।ପ୍ରସ୍ତୁତି ବୈଠକ ଅବସରରେ ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା।‘କାର୍ଯ୍ୟକାଳ ଶେଷ ହେଉଥିବାରୁ ନୂଆ ନିର୍ବାଚନ ହେବ’।ସେହି ନିର୍ବାଚନ ପାଇଁ ଆଜି ଥିଲା ପ୍ରାକ୍‌ ପ୍ରସ୍ତୁତି ବୈଠକ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ଭୋଟର ସର୍ଭେ ହେଵ।ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିଵ ଭୋଟର ସର୍ଭେ- ରାଜ୍ୟ ନିର୍ବାଚନ କମିଶନର।ଜନଗଣନା ପାଇଁ ମାସେ ବିଳମ୍ବିତ ହୋଇପାରେ ଭୋଟର ସର୍ଭେ। SIR ସହ ଏହି ସର୍ଭେର କୌଣସି ସମ୍ପର୍କ ନାହିଁ।‘ଆବଶ୍ୟକସ୍ଥଳେ ହୋଇପାରେ ଵୁଥ୍ ପୁନର୍ଗଠନ ହୋଇପାରେ’।‘ଭୋଟରଙ୍କ ନିକଟରେ ହିଁ ଵୁଥ୍ ଵ୍ୟଵସ୍ଥା କରିଵା ପ୍ରାଥମିକ ଲକ୍ଷ୍ୟ’।

ଭୋଟର ତାଲିକା ସଂଶୋଧନ ସହ ନିର୍ବାଚନ ପାଇଁ ବାଲଟ ବକ୍ସ ଓ ପୌର ନିର୍ବାଚନ ପାଇଁ ଇଭିଏମର ସ୍ଥିତି ସମ୍ପର୍କରେ ମଧ୍ୟ ଏହି ବୈଠକରେ ସମୀକ୍ଷା କରାଯାଇଥିଲା । ଏହାସହ ପଞ୍ଚାୟତର ନିର୍ବାଚନ ପାଇଁ ବୁଥ୍ ପୁନର୍ଗଠନ ଓ ଭୋଟରଙ୍କ ନିକଟତମ ସ୍ଥାନରେ ବୁଥ୍ ବ୍ୟବସ୍ଥା କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ପଞ୍ଚାୟତ, ପୌର ନିର୍ବାଚନ ପାଇଁ ହେବାକୁ ଥିବା ଘରକୁ ଘର ସ୍ବତନ୍ତ୍ର ସର୍ଭେ, ସ୍ପେଶାଲ ଇଣ୍ଟେନସିଭ ରିଭିଜନ ବା ଏସ୍ ଆଇ ଆର୍ ସହ କୌଣସି ସମ୍ପର୍କ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନର ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.