ସ୍କୁଲର ଉନ୍ନତି ପାଇଁ ଛାତ୍ରଙ୍କୁ ବଳି; ୩ ଶିକ୍ଷକ ସମେତ ୫ ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଦ୍ୟାଳୟରେ ସମୃଦ୍ଧତା ତଥା ଖ୍ୟାତି ଆଣିବା ପାଇଁ କଳା ଯାଦୁରେ ବିଶ୍ବାସ କରି ଉତ୍ତରପ୍ରଦେଶର ହାଥ୍ରାସରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବିଦ୍ୟାଳରେ ପୂର୍ଜାଚ୍ଚନା କରାଯାଇ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଡିଏଲ ପବ୍ଳିକ ସ୍କୁଲର ମାଲିକ ଯଶୋଧନ ସିଂହ ଓ ତାଙ୍କ ପୁଅ ତଥା ସ୍କୁଲର ନିର୍ଦ୍ଦେଶକ ଦୀନେଶ ସିଂହ।

ଗିରଫ ଅନ୍ୟ ତିନି ଅଭିଯୁକ୍ତ ହେଉଛନ୍ତି ସ୍କୁଲର ଶିକ୍ଷକ। ତେବେ ସୂଚନା ମୁତାବକ, ସେପ୍ଟେମ୍ବର ୨୨ ତାରିଖରେ ତିନିଜଣ ବ୍ୟକ୍ତି ଛାତ୍ର ଜଣଙ୍କୁ ତାଙ୍କ ହଷ୍ଟେଲ ରୁମରେ ପଶି ଗଳା କାଟି ହତ୍ୟା କରିଥିଲେ। ତେବେ ଏହି ନର ବଳି କାର୍ଯ୍ୟରେ ବିଦ୍ୟାଳୟର ମାଲିକ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ପ୍ରାରମ୍ଭରେ, ସେପ୍ଟେମ୍ବର ୬ ତାରିଖରେ ଏହା ଘଟିବ ବୋଲି ସ୍ଥିର କରାଯାଇଥିଲା, କିନ୍ତୁ ପିଲାଟି ସେଦିନ ପାଟି କରି ଚିତ୍କାର କରିବାକୁ ସେମାନଙ୍କ ଯୋଜନା ପଣ୍ଡ ହୋଇ ଯାଇଥିଲା।

ଯଶୋଧନ ସିଂହ ଗୁଣିଗାରେଡ଼ି ଉପରେ ବିଶ୍ୱାସ କରନ୍ତି। ତେଣୁ ସ୍କୁଲର ଉନ୍ନତି ପାଇଁ ସେ ଶିଶୁ ବଳି ଦେବା ପାଇଁ ଚାହୁଁଥିଲେ। ଯୋଜନା ମୁତାବକ ଅଭିଯୁକ୍ତମାନେ ସ୍କୁଲ ବାହାରେ ଏକ ନଳକୂଅ ନିକଟରେ କୃତାର୍ଥଙ୍କୁ ମାରିଥା’ନ୍ତେ। କିନ୍ତୁ ସେମାନେ ତାଙ୍କୁ ହଷ୍ଟେଲରୁ ଉଠାଇ ନେଉଥିବା ବେଳେ ସେ ଚିତ୍କାର କରିଥିଲେ। ସେଥିପାଇଁ ଅଭିଯୁକ୍ତମାନେ ସେହିଠାରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ।  ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ସ୍କୁଲ ପାଖରୁ ଗଣିଗାରେଡିରେ ବ୍ୟବହୃତ କିଛି ଜିନିଷ ପାଇଥିଲା। ପୁଲିସ ସେଗୁଡ଼ିକୁ ଜବତ କରିଛି।

Comments are closed.