ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଆଜି ଏକ ବିମାନ ଜରୁରୀ ଅବତରଣ କରିଛି । ଏହି ବିମାନ ଇରାକରୁ ବେଜିଂ ଯାଉଥିଲା। ତେବେ ଆକାଶପଥରେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ଏହି କାରଣରୁ ବିମାନଟି ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ବିମାନ ମଧ୍ୟରେ ଜଣେ ଯାତ୍ରୀଅସୁସ୍ଥ ହୋଇ ପଡ଼ିବାରୁ ଜରୁରୀ ଅବତରଣ କରାଯାଇଥିଲା। କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି।
ତେବେ ସୂଚନା ମୁତାବକ, ଏହି ବିମାନ ଗୁରୁବାର ସକାଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା । ୧୫ ଜଣ କ୍ରୁ ସଦସ୍ୟଙ୍କ ବ୍ୟତୀତ ଏହି ବିମାନରେ ୧୦୦ ଜଣ ଯାତ୍ରୀ ଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୧୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଚୀନର ରାଜଧାନୀ ବେଜିଂକୁ ଯାଉଥିଲା। ବିମାନଟି ୧ ଘଣ୍ଟା ମଧ୍ୟରେ ବେଜିଂରେ ଅବତରଣ କରିବାର ଥିଲା। କିନ୍ତୁ ଏହାପୂର୍ବରୁ ବିମାନରେ ଜଣେ ଯାତ୍ରୀଙ୍କ ଅବସ୍ଥା ବିଗିଡି ଯାଇଥିଲା। ଏପରି ପରିସ୍ଥିତିରେ ପାଇଲଟଙ୍କୁ ବିମାନର ଜରୁରୀ ଅବତରଣ କରିବାକୁ ପଡିଲା।
ସୂଚନା ଅନୁସାରେ, ଇରାକର ରାଜଧାନୀ ବାଗଦାଦରୁ ଚାଇନାର ଗୁଆଙ୍ଗଜୋକୁ ଉଡ଼ାଣ ଭରିଥିଲା IA-473 ବିମାନ। ବିମାନରେ 15 ଜଣ କ୍ୟୁ ସଦସ୍ୟଙ୍କ ସହ 100 ଜଣ ଯାତ୍ରୀ ଥିଲେ। ଉଡାଣର କିଛି ସମୟ ପରେ ଜଣେ 16 ବର୍ଷୀୟ ଝିଅ ଅସୁସ୍ଥ ହୋଇ ପଡିଥିଲେ। ସେ ଚେତାଶୂନ୍ୟ ହୋଇ ତଳେ ପଡିଯିବାରୁ ବିମାନର ଜରୁରୀ ଅବତରଣ କରାଯାଇଥିଲା। ସକାଳ ପ୍ରାୟ ସାଢେ ଦଶଟା ସମୟରେ କୋଲକାତା ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଅସୁସ୍ଥ ନାବାଳିକାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।