ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଦାୟିତ୍ୱ ନେଲେ ସନ୍ତୋଷ ଉପାଧ୍ୟାୟ, ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଦେଲେ ସ୍ୱାଗତ ସମ୍ବର୍ଦ୍ଧନା
ଓଡିଆ ନ୍ୟୁଜ୍(ବ୍ୟୁରୋ): ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ସନ୍ତୋଷ ଉପାଧ୍ୟାୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । କଟକ ଠାରେ ଥିବା ଅଗ୍ନିଶମ ମୁଖ୍ୟାଳୟରେ ପହଞ୍ଚିବା ପରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଓଡିଶା ଅଗ୍ନିଶମ ବିଭାଗ ୨୦୨୧ ମସିହାରେ ସର୍ବଭାରତୀୟ ସ୍ତରରେ ସଫଳତା ହାସଲ କରିଥିବାରୁ ସେ ଖୁସି ପ୍ରକଟ କରିଥିଲେ ।
ଅଗ୍ନିଶମ ଓ ହୋମଗାର୍ଡ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ଆମ ରାଜ୍ୟର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅନ୍ୟ ରାଜ୍ୟ ତୁଳନାରେ ବେଶ ଭଲ । ଅନ୍ୟ ରାଜ୍ୟରେ ଥିବା ଅତ୍ୟାଧୁନିକ ବ୍ୟବସ୍ଥା ଉପରେ ମଧ୍ୟ ନଜର ଦେବ ଓଡ଼ିଶା ଅଗ୍ନିଶମ ବିଭାଗ । ରାଜ୍ୟରେ ଅଗ୍ନି ସୁରକ୍ଷା ନିୟମକୁ କଡାକଡି ପାଳନ କରାଯିବ । ହୋମଗାର୍ଡ ଏବଂ ଫାୟାର ବିଭାଗର କାର୍ଯ୍ୟଦକ୍ଷତା କିପରି ବୃଦ୍ଧି କରାଯାଇପାରିବ । ଏହି ଦୁଇ ବିଭାଗ କିପରି ଆହୁରି ଆଗକୁ ଯିବ ତାହା ଉପରେ ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି ହୋମଗାର୍ଡ ଓ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ।.