ନବୀନ ନିବାସ ଯାଇ ବିଜେଡିରେ ଯୋଗ ଦେଲେ ସନ୍ତୃପ୍ତ ମିଶ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନବୀନ ନିବାସ ଯାଇ ବିଜେଡିରେ ଯୋଗ ଦେଲେ ସନ୍ତୃପ୍ତ ମିଶ୍ର । ଦଳରେ ଯାହା ଦାୟିତ୍ୱ ମିଳିବ ତାକୁ ସୂଚାରୁ ରୂପେ ପାଳନ କରିବେ। ଓଡିଶାକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି। ଏନେଇ ସନ୍ତୃପ୍ତ କହିଛନ୍ତି, “ମୋର ଜନ୍ମସ୍ଥାନ ଓଡିଶାକୁ ଫେରି ସେବା କରିବା ପାଇଁ ବଡ ସୁଯୋଗ ମିଳିଛି ।

ପ୍ରଗତିଶୀଳ ରାଜନୈତିକ ଦଳ ବିଜେଡି ପକ୍ଷରୁ ସେବା କରିବାର ସୁଯୋଗ ମିଳିଛି । ମୁଁ ଓଡିଶାରେ ଜନ୍ମ ହୋଇଥିଲେ ମଧ୍ୟ ଓଡ଼ିଶା ବାହାରେ ରହି ଚାକିରି କରୁଥିଲି । କିନ୍ତୁ ମୋର ଇଚ୍ଛା ଥିଲା ମୁଁ ଓଡିଶା ଆସି ଓଡିଶାବାସୀଙ୍କର କିଛି ସେବା କରିବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି ଭାବେ ଓଡିଶାକୁ ଆଗକୁ ନେଇଛନ୍ତି, ବିଜୁ ଜନତା ଦଳକୁ ଯେଉଁଭଳି ଭାବେ ମୌଳିକତାର ଆଧାରରେ 25 ବର୍ଷ ଧରି ପରିଚାଳନା କରିଛନ୍ତି ସେଥିରୁ ମୁଁ ପ୍ରେରଣା ପାଇଛି । ମୁଁ ବିଜୁ ଜନତା ଦଳରେ ଯୋଗ ଦେଇ ତାଙ୍କର ହାତମୁଠାକୁ ଟାଣ କରିବି ।

ଓଡ଼ିଶାକୁ ଉନ୍ନତି ପଥରେ ଆଗେଇ ନେବି । ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।” ତେବେ ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ସନ୍ତୃପ୍ତ ମିଶ୍ରଙ୍କ ବିଜେଡି ମୁହାଁ ହେବା ଯୋଗୁଁ ତାଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଛି ।

 

Leave A Reply

Your email address will not be published.