ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଉତ୍ସବ ଅଫର ଓ ଅଭିଯାନ ଉତ୍ସବ କେ ରଙ୍ଗ ଏସବିଆଇ କେ ସଙ୍ଗ ଘୋଷଣା କରାଯାଇଛି। ଏହି ଅଫର ଅଗଷ୍ଟ 15ରୁ ଆରମ୍ଭ ହୋଇଛି ଯାହା ଅକ୍ଟୋବର 28 ପର୍ଯ୍ୟାନ୍ତ ଚାଲିବା । ଏଥିରେ ରହିଛି ଉତ୍ସବ 1000ଡିପୋଜିଟ ସ୍କିମ ସେଭ୍ ଡିପୋଜିଟ୍ ଲକର ସୁନା ରୁଣ ଶିକ୍ଷା ଋଣ କାର ଋଣ ଭଳି ଅନେକ କିଛି । ଏହି ଅବସରରେ ଏସବିଆଇ ର ମୂଖ୍ୟ ମହା ପ୍ରବନ୍ଧକ ଚନ୍ଦର ଶେଖର ଶର୍ମା କହିଛନ୍ତି 2022-2023 ରେ ବ୍ୟାଙ୍କ ପକ୍ଷରୁ ଶାଖା ଏଟିଏମ୍ ର ସ୍ଵଛତା ଓ ସବୁ କାଉଣ୍ଟରରେ ସେବା ର ଉନ୍ନତି ଉପରେ ଗୁରୁତ ଦିଆଯିବା ର କାର୍ଯ୍ୟକ୍ରମ ରହିଛି । ଓଡିଶାର ରପ୍ତାନି କ୍ଷେତ୍ରର ବିକାଶ ପାଇଁ ଷ୍ଟେଟ ବ୍ୟାଙ୍କ ବଡ ଯୋଜନା ରଖୁଛି । ଚଳିତ ଆର୍ଥିକ ବର୍ଷ 2022-23 ରେ ଏହି କ୍ଷେତ୍ର ରେ 1000 କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖୁଛି । ଏବେ ରପ୍ତାନି କ୍ଷେତ୍ରକୁ ବ୍ୟାଙ୍କ ଦେଇଥିବା ପାଣ୍ଠି ପରିମାଣ 300 କୋଟି ଟଙ୍କା ରହିଛି । ଏବର୍ଷ ସେଥିରେ 300 % ବୃଦ୍ଧି ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ରପ୍ତାନୀରେ ଚିଙ୍ଗୁଡି , ସି ଫୁଡ ଓ କୃଷିଜାତ ସାମଗ୍ରୀ ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା କହିଛନ୍ତି ।
ଚଳିତ ଆର୍ଥିକ ବର୍ଷ 2022-23 ରେ ଏସ.ଏମ. ଇ କ୍ଷେତ୍ରକୁ ବ୍ୟାଙ୍କ 2000 କୋଟି ଟଙ୍କା ଓ ରିୟଲ ଇଷ୍ଟେଟ କ୍ଷେତ୍ରକୁ 1000 କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖୁଛି । ଏହା ବ୍ୟତୀତ ଅଗ୍ରିମରେ 15000 କୋଟି ଟଙ୍କା ଓ ଜମାରେ 40-50 ହଜାର କୋଟି ଟଙ୍କା ର ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି। ଏବେ ଓଡିଶାରେ ଷ୍ଟେଟ ବ୍ୟାଙ୍କର 885 ଶାଖା 3400 ଏଟିଏମ ସହ ପ୍ରାୟ 10000 ଟଚ ପଏଣ୍ଟ ରହିଛି । ରାଜ୍ୟରେ ନିଜର ଉପସ୍ଥିତିକୁ ବଢାଇବା ଲାଗି ବ୍ୟାଙ୍କ ପକ୍ଷରୁ 3-4 ଟି ଦୁର୍ଗମ ଜିଲ୍ଲାରେ ବର୍ଷକ ଭିତରେ 20 ରୁ 25 ଟି ନୂଆ ଶାଖା ଖୋଲାଯିବା କାର୍ଯକ୍ରମ ରହିଛି ।