SBIର ୨ଦିନିଆ ଧର୍ମଘଟ ଡାକରା

0

ଓଡ଼ିଆ ନ୍ୟୁଜ୍: ଅଲ୍ ଇଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ଫେଡେରେସନର ଧର୍ମଘଟ ଡାକରା। ଆସନ୍ତା ୨୫ ଓ ୨୬ ତାରିଖରେ ୨ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା। ନିଯୁକ୍ତି ଓ ପେନ୍‌ସନ୍‌ ସମ୍ପର୍କିତ ସମସ୍ୟାକୁ ନେଇ ଧର୍ମଘଟ ଡାକରା।

SBI କର୍ମଚାରୀଙ୍କ ଧର୍ମଘଟ। ବିଭିନ୍ନ ଦାବି ନେଇ ଅଖିଳ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ଫେଡେରେସନ (AISBISF) ମେ ୨୫ ଏବଂ ୨୬ (ସୋମବାର ଏବଂ ମଙ୍ଗଳବାର) ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ କରିବାକୁ ଯାଉଛି। ଯାହା ସିଧାସଳଖ ବ୍ୟାଙ୍କ କାର୍ଯ୍ୟକୁ ପ୍ରଭାବିତ କରିପାରେ।

ଭାରତର ବିଭିନ୍ନ ରାଜ୍ୟରେ ବକ୍ରିଦ ପର୍ବ ଭିନ୍ନ ଭିନ୍ନ ଦିନରେ ପାଳନ କରାଯିବ। ତେବେ ଆରବିଆଇର ଘୋଷଣା ଅନୁସାରେ, ଦୁଇ ଦିନ ବକ୍ରିଦ ଛୁଟି ରହିଛି। ଦେଶର ଅଧିକାଂଶ ଅଞ୍ଚଳରେ ବକ୍ରିଦ ମେ ୨୭ରେ ବକ୍ରିଦ ପାଳନ ହେବ ତେଣୁ ଏହିଦିନ ବ୍ୟାଙ୍କ୍ ବନ୍ଦ। ସେହିଭଳି କିଛି ଅଞ୍ଚଳରେ ଏହା ପରଦିନ ଅର୍ଥାତ ମେ ୨୮ରେ ବକ୍ରିଦ ପାଳନ ହେବ। ତେଣୁ ମେ ୨୮ରେ ଅନ୍ୟ ଅଞ୍ଚଳରେ ଏସବିଆଇ ବନ୍ଦ ରହିବ। ଜମ୍ମୁ ଏବଂ କାଶ୍ମୀରରେ ମେ ୨୭ ଏବଂ ୨୮ ତାରିଖରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଅଲ୍ ଇଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ଫେଡେରେସନ୍ (AISBISF) ୧୬ଟି ଦାବି ପୂରଣ ପାଇଁ ଧର୍ମଘଟ ଡାକରା ଦେଇଛି। ଏହି ଧର୍ମଘଟ କର୍ମଚାରୀଙ୍କ ଅଧିକାରର ସୁରକ୍ଷା, ଉତ୍ତମ କାର୍ଯ୍ୟ ପରିସ୍ଥିତି ସୁନିଶ୍ଚିତ କରିବା ଏବଂ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଯେମିତିକି ‘କ୍ରସ୍-ସେଲିଂ’ (ବୀମା, ମ୍ୟୁଚୁଆଲ୍ ଫଣ୍ଡ୍ ଇତ୍ୟାଦି ବିକ୍ରୟ) ନାମରେ କର୍ମଚାରୀମାନଙ୍କୁ ଚାପ ପକାଇ ଗ୍ରାହକମାନଙ୍କୁ ଭୁଲ୍ ଉତ୍ପାଦ ବିକ୍ରୟ କରିବାର ଅଭ୍ୟାସ ବନ୍ଦ କରିବା ଦାବି ରହିଛି।

Leave A Reply

Your email address will not be published.